ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ରଣଜୀ ଟ୍ରଫି ଖେଳିବେ ବୋଲି ପୃଷ୍ଟି କରିଛନ୍ତି । ଜାନୁୟାରୀ ୨୩ରେ ପଂଜାବ ଓ କର୍ଣ୍ଣାଟକ ମଧ୍ୟରେ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ଗିଲ ପଞ୍ଜାବ ପକ୍ଷରୁ ଖେଳିବେ । ୱାସିମ ଜାଫର ପଞ୍ଜାବର କୋଚ ଦାୟିତ୍ୱ ତୁଲାଉଛନ୍ତି । ତାଙ୍କ ଉପସ୍ଥିତି ଗିଲଙ୍କୁ ଫର୍ମକୁ ଫେରିବାରେ ସହାୟ ହେବ ବୋଲି ଆଶା କରାଯାଉଛି । ସୂଚନାଯୋଗ୍ୟ, ରଣଜୀ ଟ୍ରଫି ଇତିହାସରେ ଜାଫର ସର୍ବାଧିକ ରନ ସଂଗ୍ରହ କରିବା ଗୌରବ ଅର୍ଜନ କରିଛନ୍ତି । ଏସିଆ ବାହାରେ ଗିଲଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ସେ ୨୦୨୧ ପରଠାରୁ ୧୮ଟି ମ୍ୟାଚରେ ୧୭.୬୪ ଆଭରେଜରେ ରନ ସଂଗ୍ରହ କରିଛନ୍ତି ।
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଗୁଲ ଫର୍ମକୁ ଫେରିବାକୁ ଚାହୁଁଛନ୍ତି । ୨୦୨୨ ପରଠାରୁ ଶୁଭମନ ଆଉ ରଣଜୀ ମ୍ୟାଚ ଖେଳି ନାହାନ୍ତି । ଅଷ୍ଟ୍ରେଲିଆ ନିକଟରୁ ଟିମ ଇଣ୍ଡିଆ ଶୋଚନୀୟ ଭାବେ ସିରିଜ ପରାଜୟବରଣ କରିବାରୁ ବିସିସିଆଇ ଖେଳାଳିମାନଙ୍କୁ ରଣଜୀ ଟ୍ରଫିରେ ଖେଳିବା ପାଇଁ ପରାମର୍ଶ ଦେଇଛି । ମୂଖ୍ୟ କୋଚ ଗୌତମ ଗମ୍ଭୀର ଓ ଚୟନ କମିଟି ମୂଖ୍ୟ ଅଜିତ ଅଗରକର ରଣଜୀ ପ୍ରଦର୍ଶନ ଉପରେ ମଧ୍ୟ ତୀକ୍ଷଣ ନଜର ରଖିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଗିଲ ୧୮.୬୦ ଆଭରେଜରେ ରନ ସଂଗ୍ରହ କରିଥିଲେ ।