କୋଲକାତା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟ ଅବସରରେ ଟିମ ଇଣ୍ଡିଆର ଅଧିନାୟକ ଶୁଭମନ ଗିଲ ଆଘାତପ୍ରାପ୍ତ ହୋଇଛି । ଗିଲଙ୍କ ବେକରେ ଯନ୍ତ୍ରଣା ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ସେ ପ୍ରଥମ ଇନିଂସରେ ବ୍ୟାଟିଂ ଅଧା କରି ରିଟାୟର୍ଡ ହର୍ଟ ହୋଇଥିଲେ । ଏବେ ତାଙ୍କର ଦ୍ୱିତୀୟ ଇନିଂସ ଖେଳିବା ନେଇ ମଧ୍ୟ ସଂଶୟ ରହିଛି । ଏକ ସୁଇପ ଶଟ ଖେଳିବା ଅବସରରେ ତାଙ୍କ ବେକରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ସେ ପ୍ରଥମ ଇନିଂସରେ ଆଉ ବ୍ୟାଟିଂ କରିବାକୁ ଆସି ନ ଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରତ ତାଜା ତଥ୍ୟ ରବିବାର ମିଳିବ ବୋଲି ଆଶା କରାଯାଉଛି ।
ସେ ଏବେ ଡାକ୍ତରଙ୍କ ତତ୍ୱାବଧନରେ ରହିଛନ୍ତି । ଯଦି ଆଘାତ ସମସ୍ୟା ଗୁରୁତର ହୋଇଥିବ ତେବେ ସେ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଖେଳି ନ ପାରନ୍ତି । ୨୧ ନଭେମ୍ବରରୁ ଗୌହାଟୀରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ । ବ୍ୟାଟିଂ କୋଚ ସୀତାଂଶୁ କୋଟାକ କହିଛନ୍ତି, ସେ ବ୍ୟାଟିଂ କରିବା ପୂର୍ବରୁ ବେକରେ ଯନ୍ତ୍ରଣା ହେଉଛି ବୋଲି କହୁଥିଲେ । ଇଡେନଗାର୍ଡେନ ଟେଷ୍ଟରେ ୨ ଦିନ ମଧ୍ୟରେ ୨୬ ୱିକେଟର ପତନ ଘଟିଛି । ଦକ୍ଷିଣ ଆଫ୍ରିକା ଓଭରାଲ ୬୩ ରନରେ ଆଗୁଆ ରହିଛି ।
Comments are closed.