ଏଜବେଷ୍ଟନ: ପ୍ରଥମ ଟେଷ୍ଟରେ ଇଂଲଣ୍ଡ ନିକଟରୁ ପରାଜିତ ହେବା ପରେ ଏବେ ଟିମ ଇଣ୍ଡିଆ ଏଜବେଷ୍ଟନ ଟେଷ୍ଟ ଜିତିବା ଲକ୍ଷ୍ୟରେ ରହିଛି । ସିରିଜରେ ୫ଟି ମ୍ୟାଚ ଖେଳାଯିବ । ଦଳର ଷ୍ଟାର ବୋଲର ଯଶପ୍ରୀତ ବୁମରାହ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇନି । ଇତି ମଧ୍ୟରେ ଅଧିନାୟକ ଶୁଭମନ ଗିଲଙ୍କ ବୟାନ ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ବୁମରାହ ଉପଲବ୍ଧ ଅଛନ୍ତି ତ ? ପ୍ରଶ୍ନର ଉତରରେ ସେ କହିଥିଲେ ସେ ଉପଲବ୍ଧ ଅଛନ୍ତି । ଆମେ ତାଙ୍କ ଉପରେ ଅଧିକ ଚାପ ପକାଇବାକୁ ଚାହୁଁନି । ପଡିଆରେ ପଂହଚିବା ପରେ ଆମେ ବୁମରାହ ଖେଳିବେ କି ନାହିଁ ତାହା ସ୍ଥିର କରିବୁ । ବୁମରାହଙ୍କ ଅନୁପସ୍ଥିତି ଦଳର ବୋଲିଂ ବିଭାଗକୁ ଦୁର୍ବଳ କରିବ କି ? ଗିଲ କହିଥିଲେ ଆମ ନିକଟରେ ବିପକ୍ଷ ଦଳର ୨୦ ୱିକେଟ ହାସଲ କରିବା ପାଇଁ ଦକ୍ଷତା ସମ୍ପନ୍ନ ବୋଲର ଅଛନ୍ତି ।
ରିପୋର୍ଟ ମୁତାବକ ଏହି ମ୍ୟାଚରେ ଆକାଶ ଦୀପ, ନୀତିଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର ଓ ଅର୍ଶଦୀପ ସିଂ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଛି । ଏଠାରେ ଭାରତ ଟେଷ୍ଟରେ ଗୋଟିଏ ବି ମ୍ୟାଚରେ ବିଜୟ ହାସଲ କରିନି । ୮ରୁ ୭ଟି ମ୍ୟାଚରେ ପରାଜିତ ହୋଇଥିବା ବେଳେ ଗୋଟିଏ ମ୍ୟାଚ ଡ୍ର ରହିଛି । ସିରିଜରେ ତିଷ୍ଠି ରହିବା ସହ ଚାପମୁକ୍ତ ହେବା ପାଇଁ ଭାରତକୁ ଏହି ମ୍ୟାଚ ଜିତିବା କିମ୍ବା ଡ୍ର ରଖିବାକୁ ପଡିବ ।
Comments are closed.