Latest Odisha News

BREAKING NEWS

ଟି୨୦ ବିଶ୍ୱକପ ଟିମରେ ଚୟନ ନ ହେବା ପରେ କଣ କହିଲେ ଶୁଭମନ ଗିଲ

ନୂଆଦିଲ୍ଲୀ: ଭାରତର ଟେଷ୍ଟ ଏବଂ ଦିିନିକିଆ ଦଳର ଅଧିନାୟକ ଶୁଭମନ ଗିଲ ଆଗାମୀ ଟି୨୦ ବିଶ୍ୱକପ ପାଇଁ ଚୟନ ହୋଇ ନାହାନ୍ତି । ଦଳ ଚୟନ ହେବାର କିଛି ଦିନ ପରେ ସେ ଏ ନେଇ ମୁହଁ ଖୋଲିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ସେ କହିଛନ୍ତି, ମୁଁ ଚୟନ କମିଟିଙ୍କ ନିଷ୍ପତିକୁ ସ୍ୱାଗତ କରୁଛି । ସେ ଏହା ପରେ ଭାରତୀୟ ଟିମକୁ ବିଶ୍ୱକପ ସଫଳତା ନେଇ ଶୁଭକାମନା ଦେଇଥିଲେ । ଗିଲ ଟି୨୦ରେ କ୍ରମାଗତ ଭାବେ ବିଫଳ ହେବା ଯୋଗୁ ତାଙ୍କୁ ଏହି ଫର୍ମାଟର ବିଶ୍ୱକପ ପାଇଁ ଚୟନ କରାଯାଇ ନ ଥିଲା । ପ୍ରତ୍ୟେକ ଖେଳାଳି ଭଲ ପ୍ରଦର୍ଶନ କରିବା ପାଇଁ ଚାହିଁଥାଏ ।

ମୋ ଭାଗ୍ୟରେ ଯାହା ଲେଖା ହୋଇଛି ତାହା କେହି ଛଡେଇ ନେଇପାରିବେ ନାହିଁ । ଦେଶ ପାଇଁ ପ୍ରତିନିଧିତ୍ୱ କରିବା ଓ ଭଲ ଖେଳିବା ନିଶ୍ଚିତ ଭାବେ ଗର୍ବର ବିଷୟ । ଗତ ନ୍ୟୁଜିଲାଣ୍ଡ ଗସ୍ତରେ ମୁଁ ଆନ୍ତର୍ଜାତୀୟ ଦିିନିକିଆ କ୍ରିକେଟରେ ପଦାର୍ପଣ କରିଥିଲି । ଏବେ ସବୁ କିଛି ବଦଳି ଯାଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ଅବସରରେ ବେକରେ ଆଘାତ ପାଇବା ଯୋଗୁ ଗିଲ ଦିନିକିଆ ସିରିଜ ଖେଳିପାରି ନ ଥିଲେ ।ୠତ ବର୍ଷ ଗିଲ ୧୫ ଆନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳି ୨୧୯ ରନ ସଂଗ୍ରହ କରିଛନ୍ତି । ଯାହା ଚୟନ କମିିଟିଙ୍କୁ ନିରାଶ କରିଥିଲା ।

Leave A Reply

Your email address will not be published.