Latest Odisha News

ବାଂଲାଦେଶ ବିପକ୍ଷ ଟି୨୦ ସିରିଜରୁ ଓହରି ପାରନ୍ତି ଗିଲ

ନୂଆଦିଲ୍ଲୀ: ଭାରତର ଉପ ଅଧିନାୟକ ଶୁଭମନ ଗିଲ ବାଂଲାଦେଶ ବିପକ୍ଷ ଟି୨୦ ସିରିଜରୁ ଓହରି ପାରନ୍ତି । ବିସିସିଆଇ ତାଙ୍କୁ ବିଶ୍ରାମ ଦେବାକୁ ଚାହୁଁଛି । ଏହି ସିରିଜ ଅକ୍ଟୋବର ୭ରୁ ଆରମ୍ଭ ହେବ । ୱାର୍ଲ୍ଡ ଟେଷ୍ଟ ସିରିଜ ଉପରେ ଏବେ ଟିମ ଇଣ୍ଡିଆ ବିଶେଷ ଭାବେ ଫୋକସ କରୁଛି । ରୋହିତ ଶର୍ମା, ବିରାଟ କୋହଲି, ଗିଲ, ଯଶସ୍ୱୀ ଜୈସୱାଲ ପରି ଖେଳାଳି ଆଗକୁ ଅଧିକାଂଶ ଟେଷ୍ଟରେ ଖେଳିବା ସମ୍ଭାବନା ରହିଛି । ସେଥିପାଇଁ ପର୍ଯ୍ୟାୟକ୍ରମେ ସେମାନଙ୍କୁ ବିଶ୍ରାମ ଦିଆଯିବା ପାଇଁ ଚିନ୍ତା କରାଯାଉଛି ।

ରୋହିତ, କୋହଲି ପୂର୍ବରୁ ଆନ୍ତର୍ଜାତୀୟ ଟି୨୦ରୁ ଅବସର ନେଇ ସାରିଛନ୍ତି । ଗିଲ ଭାରତ ପକ୍ଷରୁ ୨୧ଟି ଆନ୍ତର୍ଜାତୀୟ ଟି୨୦ ଖେଳିଛନ୍ତି । ତାଙ୍କ ନାମରେ ଗୋଟିଏ ଶତକ ଏବଂ ୩ଟି ଅର୍ଦ୍ଧଶତକ ରହିଛି । ନିକଟରେ ଜିମ୍ବାୱେ ବିପକ୍ଷ ଟି୨୦ ସିରିଜରେ ସେ ଦଳର ନେତୃତ୍ୱ ନେଇଥିଲେ । ଏଥିରେ ଭାରତ ୪-୧ରେ ବିଜୟୀ ହୋଇଥିଲା । ଯଶପ୍ରୀତ ବୁମରାହ ଓ ମହମ୍ମଦ ସିରାଜଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇପାରେ । ରିଷଭ ପନ୍ତଙ୍କୁ ନେଇ କୌଣସି ଚୂଡାନ୍ତ ନିଷ୍ପତି ନିଆଯାଇ ନାହିଁ ।

Comments are closed.