Latest Odisha News

BREAKING NEWS

ଦିନିକିଆ କ୍ରିକେଟରେ ଦ୍ରୁତ ୨୦୦୦ ରନ ପୂର୍ଣ୍ଣ କଲେ ଗିଲ

ଧର୍ମଶାଳା: ଚଳିତ ବିଶ୍ୱକପ କ୍ରିକେଟରେ ରବିବାର ଭାରତର ଓପନର ଶୁଭମନ ଗିଲ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ କମ ମ୍ୟାଚରେ ୨୦୦୦ ରନ କରି ହାସିମ ଆମଲା ଓ ବାବର ଆଜମଙ୍କୁ ପଛରେ ପକାଇ ଦେଇଛନ୍ତି । ସେ ୩୮ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି । ଅପରପକ୍ଷରେ ଦକ୍ଷିଣ ଆଫ୍ରିକାର ଆମଲା ୪୦ ଇନିଂସରେ ୨୦୦୦ ରନ ପୂର୍ଣ୍ଣ କରିଥିଲେ । ଜାହୀର ଆବାସ, କେଭିନ ପିଟରସନ, ବାବର ଆଜମ ଓ ରସି ଭାନ ଡେର ହୁସେନ ସମସ୍ତେ ୪୫ ବଲରେ ୨୦୦୦ ରନ କରିଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷ ଏହି ମ୍ୟାଚରେ ଗିଲ ୨୬ ରନ କରି ଆଉଟ ହୋଇଥିଲେ ।

ସେ ୨୪ ବର୍ଷ ୪୪ ଦିନ ବୟସରେ ଦିନିକିଆ କ୍ରିକେଟରେ ଭାରତର ୫ମ ଖେଳାଳି ଭାବେ ୨୦୦୦ ରନ କରିଛନ୍ତି । ଏହି ତାଲିକାରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଆଗରେ ରହିଛନ୍ତି । ସେ ୨୦ ବର୍ଷ ୩୫୪ ଦିନରେ ଏହି ସଫଳତା ହାସଲ କରିଥିଲେ । ତାଙ୍କ ପଛକୁ ଯୁବରାଜ ସିଂ( ୨୨ ବର୍ଷ ୫୧ ଦିନ), ବିରାଟ କୋହଲି (୨୨ ବର୍ଷ ୨୧୫ ଦିନ) ଓ ସୁରେଶ ରାଇନା ୨୩ ବର୍ଷ ୪୫ ଦିନରେ ୨୦୦୦ ରନ କରିଥିଲେ ।

Comments are closed.