କୋଲକାତା: ଭାରତୀୟ ଟେଷ୍ଟ ଟିମର ଅଧିନାୟକ ଶୁଭମନ ଗିଲ ସୁସ୍ଥ ହୋଇଛନ୍ତି ଏବଂ ଡାକ୍ତରଖାନାରୁ ତାଙ୍କୁ ଛୁଟି ମିଳିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ଅବସରରେ ସେ ବେକରେ ଯନ୍ତ୍ରଣା ଅନୁଭବ କରିଥିଲେ । ପ୍ରାରମ୍ଭିକ ଚିକିତ୍ସା ପରେ ତାଙ୍କୁ ଡାକ୍ତରଖାନା ନିଆ ଯାଇଥିଲା । ସେ ପ୍ରଥମ ଟେଷ୍ଟରେ ଆଉ ଖେଳିବାକୁ ଆସି ନ ଥିଲେ । ସେ ସୁସ୍ଥ ହେବା ପରେ ଏବେ ଟିମ ହୋଟେଲକୁ ଆସିଛନ୍ତି । ଡାକ୍ତର ଓ ବିସିସିଆଇ ମେଡିକାଲ ୟୁନିଟ ତାଙ୍କ ଉପରେ ନଜର ରଖିଛନ୍ତି ।
ଗୌହାଟୀରେ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟରେ ସେ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇନି । ତେବେ ତାଙ୍କର ସମ୍ଭାବନା କ୍ଷୀଣ ବୋଲି ରିପୋର୍ଟ ପ୍ରକାଶ ପାଇଛି । ରବିବାର ସିଏବି ସଭାପତି ତଥା ଭାରତୀୟ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ତାଙ୍କୁ ଭେଟିଥିଲେ । ଭାରତ ପ୍ରଥମ ଟେଷ୍ଟରେ ୧୨୪ ରନର ଲକ୍ଷ୍ୟକୁ ପିଛା କରି ୯୩ ରନରେ ଅଲଆଉଟ ହୋଇ ଯାଇଥିଲା । ନଭେମ୍ବର ୨୨ରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟରେ ସିରିଜ ବଂଚାଇବା ପାଇଁ ଭାରତକୁ ବିଜୟ ଜରୁରୀ ହୋଇ ପଡିଛି ।
Comments are closed.