Latest Odisha News

BREAKING NEWS

ରୋହିତଙ୍କ ସହ ବିବାଦ ଗୁଜବର ଅନ୍ତ ଘଟାଇଲେ ଶୁଭମନ ଗିଲ

ନ୍ୟୁୟର୍କ: ଚଳିତ ଟି୨୦ ବିଶ୍ୱକପ ଅବସରରେ ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲଙ୍କ ମଧ୍ୟରେ ଅଶାନ୍ତି ଉପୁଜିଥିବା ଖବର ପ୍ରକାଶ ପାଇଥିଲା । ଶୁଭମନ ଓ ଆଭେଶ ଖାଁ ସୁପର ଏଇଟ ପୂର୍ବରୁ ସ୍ୱଦେଶ ପ୍ରତ୍ୟାବର୍ତନ କରିବା ଖବର ପ୍ରକାଶ ପାଇବା ପରେ ଉପରୋକ୍ତ ଗୁଜବ ଚର୍ଚ୍ଚାର କାରଣ ସାଜିଥିଲା । ତେବେ ରବିବାର ଶୁଭମନ ତାଙ୍କ ଅଧିନାୟକ ରୋହିତଙ୍କ ସହ ଏକ ଫଟୋ ଶେୟାର କରି ଏହି ବିବାଦରେ ବିରାମ ଲଗାଇଛନ୍ତି । ଇନଷ୍ଟାଗ୍ରାମରେ ସେ ରୋହିତ ଏବଂ ତାଙ୍କ କୁନି ଝିଅଙ୍କ ସହ ଗିଲ ଫଟୋ ଉଠାଇଛନ୍ତି ।

ଏହାର କ୍ୟାପଶନରେ ଲେଖିଛନ୍ତି ସମାୟାରା ଏବଂ ମୁଁ ରୋହିତଙ୍କଠାରୁ ଅନୂଶାସନ ଶିକ୍ଷା କରୁଛୁ । ଶୁଭମନ ଓ ଆଭେଶ ଅଧାରୁ ସ୍ୱଦେଶ ପ୍ରତ୍ୟାବର୍ତନ କରିବେ ବୋଲି ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା । ରିଙ୍କୁ ସିଂ ଓ ଖଲୀଲ ଅହମ୍ମଦ ଦଳ ସହିତ ରହିବେ । ସୂଚନାଯୋଗ୍ୟ, ଟିମ ଇଣ୍ଡିଆ ପ୍ରଭାବୀ ପ୍ରଦର୍ଶନ କରି ସୁପର ଏଇଟରେ ପ୍ରବେଶ କରିଛି ।

Leave A Reply

Your email address will not be published.