Latest Odisha News

ଅନ୍ଧ ହୋଇ ଯାଇଥାନ୍ତେ ଶୁଭମନ ଗିଲ

ଏଜବେଷ୍ଟନ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଅବସରରେ ଭାରତୀୟ ଦଳର ଅଧିନାୟକ ଶୁଭମନ ଗିଲ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଛନ୍ତି । ଦ୍ୱିଶତକ ମାରି ଭାରତ ପାଇଁ ଇତିହାସ ରଚିଥିବା ଗିଲ ଇଂଲଣ୍ଡ ବ୍ୟାଟିଂ ବେଳେ ସ୍ଲିପ ସ୍ଥାନରେ ଫିଲ୍ଡିଂ କରୁଥିଲେ । ହ୍ୟାରୀ ବ୍ରୁକ ଆକ୍ରମଣାତ୍ମକ ଶୈଳୀରେ ବ୍ୟାଟିଂ ପ୍ରଦର୍ଶନ କରୁଥିଲେ । ରବୀନ୍ଦ୍ର ଜାଡେଜାଙ୍କ ବୋଲିଂରେ ବ୍ରୁକ ଏକ ବଡ ଶଟ ଖେଳିଥିଲେ ମଧ୍ୟ ତାହା ବ୍ୟାଟରେ ଠିକ ଭାବେ ନ ବାଜି ସ୍ଲିପ ଆଡକୁ ଯାଇଥିଲା । ବଲର ବେଗ ଏତେ ଜୋରରେ ଥିଲା ଯେ, ତାହା ଯାଇ ଗିଲ ମୁଣ୍ଡରେ ବାଜିଥିଲା ।

ଭାଗ୍ୟବଶତଃ ବଲ ତାଙ୍କ ଆଖିରେ ବାଜି ନ ଥିଲା । ନ ହେଲେ ଗିଲ ଆଖି ନଷ୍ଟ ହେବା ବଡ କଥା ନ ଥିଲା । ପରୀକ୍ଷଣ ପରେ ଗିଲ ବିପଦମୁକ୍ତ ବୋଲି ଜଣାପଡିଛି । ଭାରତ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୫୮୭ ରନ ସଂଗ୍ରହ କରିଥିଲା । ଜବାବରେ ଇଂଲଣ୍ଡ ୫ ୱିକେଟ ବିନିରେ ୨୪୯ ରନ ସଂଗ୍ରହ କରିଛି । ବ୍ରୁକ ଓ ଜେମୀ ସ୍ମିଥ ୬ଷ୍ଠ ୱିକେଟରେ ୧୬୫ ରନର ପାର୍ଟନରଶିପ ସଂଗ୍ରହ କରି ବ୍ୟାଟିଂ କରୁଛନ୍ତି ।

Comments are closed.