Latest Odisha News

BREAKING NEWS

ଫିଟ ହେଉଛନ୍ତି ହାର୍ଦ୍ଦିକ, ଗିଲ

ନୂଆଦିଲ୍ଲୀ: ନଭେମ୍ବର ୩୦ରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ କ୍ରିକେଟ ସିରିଜ ଆରମ୍ଭ ହେବ । ଆଘାତ ସମସ୍ୟା ଯୋଗୁ ଶୁଭମନ ଗିଲ ଏହି ସିରିଜରେ ଖେଳୁ ନାହାନ୍ତି । ତେବେ ସେ ଟି୨୦ ସିରିଜ ପୂର୍ବରୁ ଫିଟ ହୋଇଯାଇଥିବେ ବୋଲି ଆଶା କରାଯାଉଛି । ସେ ଏବେ ବିସିସିଆଇ ମେଡିକାଲ ଟିମ ତତ୍ୱାବଧନରେ ରହିଛନ୍ତି । ଡିସେମ୍ବର ୯ରୁ ଏହି ସିରିଜ ଆରମ୍ଭ ହେବ । ଏଥିରେ ୫ଟି ଟି୨୦ ମ୍ୟାଚ ଖେଳାଯିବ । ସେହିପରି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଫିଟ ହେବାରେ ଲାଗିଛନ୍ତି । ସେ ସେଂଟର ଅଫ ଏକ୍ସିଲେନ୍ସରେ ପ୍ରଶିକ୍ଷଣ ନେଉଥିଲେ ।

ଏସିଆ କପ ୨୦୨୫ ଫାଇନାଲ ପୂର୍ବରୁ ସେ ଆଘାତପ୍ରାପ୍ତ ହୋଇଥିଲେ । ସୟେଦ ମୁସ୍ତାକ ଅଲି ଟ୍ରଫିରେ ହାର୍ଦ୍ଦିକ ଖେଳିବେ ବୋଲି ଆଶା କରାଯାଉଛି । ଯଦି ୨ ଦିନ ମଧ୍ୟରେ ତାଙ୍କୁ ସିଓଇରେ ଛୁଟି ମିଳେ ତେବେ ସେ ଏହି ଘରୋଇ ଟୁର୍ଣ୍ଣାମେଂଟରେ ଖେଳିବେ । ସେ ଆଘାତ ସମସ୍ୟା ଯୋଗୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଖେଳିପାରି ନଥିଲେ । ଦକ୍ଷିଣ ଆଫ୍ରିକା ସିରିଜରେ ପ୍ରତ୍ୟାବର୍ତନ କଲେ ସେ ଆସନ୍ତା ବର୍ଷ ଫେବୃୟାରୀରୁ ଆରମ୍ଭ ହେବାକୁ ଥିବା ଟି୨୦ ବିଶ୍ୱକପ ପାଇଁ ପ୍ରସ୍ତୁତି କରିପାରିବେ ।

Comments are closed.