Latest Odisha News

ବର୍ଷର ସର୍ବାଧିକ ରନ ସଂଗ୍ରହରେ ରୁଟଙ୍କୁ ପଛରେ ପକାଇଲେ ଗିଲ

ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଟିମର ଅଧିନାୟକ ଶୁଭମନ ଗିଲ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ସେ ୭୫.୪୦ ଆଭରେଜରେ ୭୫୪ ରନ କରିଥିଲେ । ୨୦୨୫ ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ ସଂଗ୍ରହରେ ସେ ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଜୋ ରୁଟଙ୍କୁ ପଛରେ ପକାଇ ଦେଇଛନ୍ତି । ଏବେ ଇଂଲଣ୍ଡର ବେନ ଡକେଟ ଏହି ତାଲିକାରେ ଶୀର୍ଷରେ ରହିଛନ୍ତି । ଡକେଟ ୨୭ ଇନିଂସରେ ୧୨୯୦ ରନ କରିଛନ୍ତି । ଗିଲ ୨୦ ମ୍ୟାଚରେ ୧୨୩୪ ଓ ରୁଟ ୧୯ ମ୍ୟାଚରେ ୧୧୭୫ ରନ କରି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ।

ଗିଲ ଆଉ ୫୭ ରନ କଲେ ଡକେଟଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ହାସଲ କରିବେ । ଚାମ୍ପିୟନ୍ସ ଟ୍ରଫିରେ ଗିଲ ୫ ମ୍ୟାଚରେ ୧୮୮ ରନ କରିଥିଲେ । ସେହିପରି ୮ଟି ଦିନିକିଆ ମ୍ୟାଚରେ ୪୪୭ ଓ ୬ଟି ଟେଷ୍ଟରେ ୭୮୭ ରନ ସଂଗ୍ରହ କରିଛନ୍ତି । ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ୨୬୯ ରନ ରହିଛି । ଗିଲ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ଗୋଟିଏ ବି ଟି୨୦ ମ୍ୟାଚ ଖେଳି ନାହାନ୍ତି । ଗିଲଙ୍କ ନେତୃତ୍ୱ ଓ ପ୍ରଦର୍ଶନ ବଳରେ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ସିରିଜ ଭାରତ ୨-୨ରେ ଡ୍ର ରଖିବାରେ ସଫଳ ହୋଇଛି ।

Comments are closed.