Latest Odisha News

BREAKING NEWS

ବାରବାଟୀରରେ କୋହଲି ଖେଳିବେ କି ନାହିଁ ବଡ ସୂଚନା ଦେଲେ ଗିଲ

କଟକ: ଆଘାତ ସମସ୍ୟା ଯୋଗୁ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଖେଳିପାରି ନ ଥିଲେ । ଏବେ ସେ କଟକର ବାରବାଟୀ ଷ୍ଟାଡିୟମରେ ଫେବୃୟାରୀ ୯ରେ ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚରେ ଖେଳିବେ କି ନାହିଁ ସେ ସମ୍ପର୍କରେ ଉପଅଧିନାୟକ ଶୁଭମନ ଗିଲ ବଡ ଅପଡେଟ ଦେଇଛନ୍ତି । ଗିଲ କହିଛନ୍ତି ଯେ, କୋହଲିଙ୍କ ଆଘାତ ସମସ୍ୟା ସେତେ ଗୁରୁତର ନୁହେଁ । ବୁଧବାର ସେ ଦୀର୍ଘ ସମୟ ଅଭ୍ୟାସ କରିଥିଲେ । ମାତ୍ର ଗୁରୁବାର ସକାଳେ ସାମାନ୍ୟ କଷ୍ଟ ଅନୂଭବ କରିଥିଲେ । ଯେତେଦୂର ସମ୍ଭବ ସେ ନିଶ୍ଚିତ ଭାବେ ଦ୍ୱିତୀୟ ଦିନିକିଆ ଖେଳିବେ । ପ୍ରଥମ ଦିନିକିଆରେ ଆମେ ଦଳଗତ ପ୍ରଦର୍ଶନ କରି ମ୍ୟାଚରେ ବିଜୟ ହାସଲ କରିଥିଲୁ ବୋଲି ସେ କହିଛନ୍ତି । ଏହି ମ୍ୟାଚରେ ଗିଲ ଅଳ୍ପକେ ଶତକ ହାସଲରୁ ବଂଚିତ ହୋଇଥିଲେ । ସେ ୮୭ ରନ କରି ଆଉଟ ହୋଇଥିଲେ ।

ଏହି ଅବସରରେ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିବା ନେଇ ସେ କୌଣସି ଅସୁବିଧାର ସମ୍ମୁଖୀନ ହୋଇ ନାହାନ୍ତି ବୋଲି କହିଛନ୍ତି । ୩ ନମ୍ବର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହୋଇଥିବାରୁ ମନଦେଇ ଖେଳିବା ପାଇଁ ଉଦ୍ୟମ କରିଥିଲି ବୋଲି ସେ କହିଛନ୍ତି । ବାରବାଟୀ ଏବେ ଉତ୍ସବମୁଖରିତ ହେବା ଆରମ୍ଭ ହୋଇସାରିଛିc କହିଲେ ଭୁଲ ହେବନି । କ୍ରୀଡାପ୍ରେମୀମାନେ ଏବେ ଉତ୍କଣ୍ଠା ସହକାରେ ମ୍ୟାଚ ଦିନକୁ ଅପେକ୍ଷା କରିଛନ୍ତି । ପ୍ରଥମ ଦିିନିକିଆରେ ଫେଲ ମାରିଥିବା ରୋହିତଙ୍କ ବ୍ୟାଟିଂକୁ ମଧ୍ୟ ବ୍ୟଗ୍ରତା ସହକାରେ ସେମାନେ ଅପେକ୍ଷା କରିଛନ୍ତି ।

Comments are closed.