ମାଂଚେଷ୍ଟର: ଭାରତ-ଇଂଲଣ୍ଡ ଚତୁର୍ଥ କ୍ରିକେଟ ଟେଷ୍ଟ ଏବେ ରୋମାଂଚକ ମୋଡରେ ପଂହଚିଛି । ଭାରତ ମ୍ୟାଚ ଡ୍ର ରଖିବା ପାଇଁ ଉଦ୍ୟମ କରୁଥିବା ବେଳେ ଇଂଲଣ୍ଡ ବିଜୟ ହାସଲ ଲକ୍ଷ୍ୟରେ ରହିଛି । ଏହି ଅବସରରେ ପୂର୍ବତନ ମହାନ ଖେଳାଳି ସୁନୀଲ ଗାଭାସ୍କରଙ୍କ ଏକ ବୟାନ ଚର୍ଚ୍ଚାରେ ବିଷୟ ସାଜିଛି । ସେ କହିଛନ୍ତି ଅଧିନାୟକ ଶୁଭମନ ଗିଲ ଚୂଡାନ୍ତ ଏକାଦଶରେ ସ୍ପିନର କୂଲଦୀପ ଯାଦବଙ୍କୁ ଖେଳାଇବାକୁ ଚାହୁଁଥିଲେ । ମୂଖ୍ୟ କୋଚ ଗୌତମ ଗମ୍ଭୀର କିନ୍ତୁ ଶାର୍ଦ୍ଦୂଳ ଠାକୁରଙ୍କୁ ଖେଳାଇବା ପାଇଁ ଜିଦ ଧରିଥିଲେ । ମ୍ୟାଚ ପୂର୍ବରୁ ଦଳ ଚୟନର ସମସ୍ତ ଅଧିକାର ଅଧିନାୟକଙ୍କ ନିକଟରେ ରହିବା ଉଚିତ । କୂଲଦୀପଙ୍କ ପରି ସ୍ପିନର ଏହି ମ୍ୟାଚରେ ଖେଳିବା ଜରୁରୀ ଥିଲା ବୋଲି ଗାଭାସ୍କର କହିଛନ୍ତି ।
ଆମେ ଯେତେବେଳେ ଖେଳୁଥିଲୁ ପୂର୍ବତନ ଖେଳାଳିଙ୍କୁ ମ୍ୟାନେଜର କିମ୍ବା ସହାୟକ ମ୍ୟାନେଜର ଦାୟିତ୍ୱ ପ୍ରଦାନ କରାଯାଉଥିଲା । ମ୍ୟାଚ ପୂର୍ବଦିନ ସେ ତାଙ୍କ ପରାମର୍ଶ ଦେଉଥିଲେ । ଏବେ କୋଚ ନିଯୁକ୍ତ ହେବା ପରେ ସେ ପରୋକ୍ଷରେ ଅଧିନାୟକ ଦାୟିତ୍ୱ ତୁଲାଇବାରେ ଲାଗିଛନ୍ତି । ଯାହାକି ଅଧିନାୟକଙ୍କ ମନୋବଳ ଭାଙ୍ଗିଦେଉଛି । ଗାଭାସ୍କରଙ୍କ ଏହି ବୟାନ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି ।
Comments are closed.