ଗୌହାଟୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଗୌହାଟୀରେ ଖେଳାଯିବ । ପ୍ରଥମ ଟେଷ୍ଟରେ ବେକରେ ଆଘାତ ପାଇଥିବାରୁ ଅଧିନାୟକ ଶୁଭମନ ଗିଲ ପ୍ରଥମ ଇନିଂସ ଅଧାରୁ ଡାକ୍ତରଖାନା ଯାଇଥିଲେ । ସେ ଦ୍ୱିତୀୟ ଇନିଂସରେ ମଧ୍ୟ ବ୍ୟାଟିଂ କରି ନ ଥିଲେ । ଭାରତ ପ୍ରଥମ ଟେଷ୍ଟ ହାରିବା ପରେ ଦଳ ଏବେ ଚାପରେ ରହିଛି । ପିଟିଆଇରେ ପ୍ରକାଶିତ ରିପୋର୍ଟ ଅନୁସାରେ ଗିଲ ଦ୍ୱିତୀୟ ଟେଷ୍ଟ ଖେଳିବାକୁ ଚାହୁଁଛନ୍ତି । ତାଙ୍କ ଆଘାତ ସମସ୍ୟାରେ ସୁଧାର ଆସିଥିଲେ ମଧ୍ୟ ଶନିବାର ସୁଦ୍ଧା ସମ୍ପୂର୍ଣ୍ଣ ଫିଟ ହେବା ନେଇ ସନ୍ଦେହ ରହିଛି ।
ଇତି ମଧ୍ୟରେ ବିସିସିଆଇ ସେକ୍ରେଟାରୀ ଦେବଜିତ ସାଇକିଆ କହିଛନ୍ତି ଗିଲ ଏବେ ଟିମ ସହିତ ଗୌହାଟୀ ଯାଇଛନ୍ତି । ଗୁରୁବାର ଓ ଶୁକ୍ରବାର ଅଭ୍ୟାସ ସେଶନରେ ସେ ଯୋଗଦେବାକୁ ଚାହୁଁଛନ୍ତି । ତାଙ୍କ ବେକରେ ପଟି ବନ୍ଧା ହୋଇଛି । ମେଡିକାଲ ଟିମ ତାଙ୍କ ଉପରେ ସମ୍ପୂର୍ଣ୍ଣ ନଜର ରଖିଛନ୍ତି । ନଭେମ୍ବର ୨୧ରେ ଗିଲଙ୍କ ଖେଳିବା ସମ୍ପର୍କରେ ନିଷ୍ପତି ନିଆଯିବ । ସିରିଜ ବଂଚାଇବା ପାଇଁ ଭାରତକୁ ଦ୍ୱିତୀୟ ଟେଷ୍ଟରେ ବିଜୟ ଆବଶ୍ୟକ ରହିଛି । ଇଡେନଗାର୍ଡେନରେ ଭାରତ ସ୍ପିନ ଟ୍ରାକ ପ୍ରସ୍ତୁତ କରିଥିଲେ ମଧ୍ୟ ନିଜ ଜାଲରେ ନିଜେ ଫସିଥିଲା ।
Comments are closed.