ମାଂଚେଷ୍ଟର: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଜୁଲାଇ ୨୩ରୁ ମାଂଚେଷ୍ଟରରେ ଖେଳାଯିବ । ଏହି ମ୍ୟାଚ ପୂର୍ବରୁ ଆଘାତ ସମସ୍ୟା ଭାରତୀୟ ଟିମ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି । ଭଲ ଫର୍ମରେ ଥିବା ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଖେଳିବା ନେଇ ମଧ୍ୟ ସନ୍ଦେହ ରହିଥିଲା । ତେବେ ମଙ୍ଗଳବାର ଅଧିନାୟକ ଶୁଭମନ ଗିଲ ସ୍ପଷ୍ଟ କରିଛନ୍ତି ଯେ, ଏହି ମ୍ୟାଚରେ ପନ୍ତ ଖେଳିବେ ଏବଂ ୱିକେଟ କିପିଂ କରିବେ । ସେ ଏହି ଅବସରରେ ଯୁବ ପେସ ବୋଲର ଅଂଶୁଲ କମ୍ବୋଜଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯିବା ନେଇ ସୂଚନା ଦେଇଛନ୍ତି ।
ଆକର୍ଷଣୀୟ ପ୍ରଦର୍ଶନ କରି ନ ଥିବା ସତ୍ୱେ କରୁଣ ନାୟାରଙ୍କ ସପକ୍ଷରେ ଗିଲ ଯୁକ୍ତି ବାଢ଼ିଛନ୍ତି । କରୁଣଙ୍କ ପାଇଁ ଏହା ଶେଷ ସୁଯୋଗ ମନେ କରାଯାଉଛି । ଆକାଶଦୀପ ଓ ପ୍ରସିଦ୍ଧ କ୍ରିଷ୍ଣା ଆଘାତ ସମସ୍ୟା ଯୋଗୁ କମ୍ବୋଜଙ୍କୁ ଆନ୍ତର୍ଜାତୀୟ ଟେଷ୍ଟ ଖେଳିବା ସୁଯୋଗ ସମ୍ଭାବନା ରହିଛି । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ୨-୧ରେ ଅଗ୍ରଣୀ ରହିଛି । ସିରିଜରେ ତିଷ୍ଠି ରହିବା ପାଇଁ ଭାରତକୁ ଏହି ମ୍ୟାଚରେ ଡ୍ର କିମ୍ବା ବିଜୟ ହାସଲ ଜରୁରୀ ହୋଇ ପଡିଛି । ମାଂଚେଷ୍ଟରରେ ଭାରତ କେବେ ହେଲେ ବିଜୟ ହାସଲ କରି ନାହିଁ ।
Comments are closed.