Latest Odisha News

BREAKING NEWS

କଟକରୁ ଉଠିଲା ସଟ୍ ଡାଉନ, ଦୀର୍ଘ ଦିନ ପରେ ଖୋଲିବ ମଲ୍‌

କଟକ: ଆଜିଠାରୁ କଟକ ସହର ସ୍ୱାଭାବିକ ହୋଇଛି । ଗତ ୪ ତାରିଖରୁ ସମ୍ପୂର୍ଣ୍ଣ ସଟ୍ ଡାଉନ ଘୋଷଣା ହୋଇଥିବା ବେଳେ ଆଜିଠାରୁ କଟକଣା ହଟିଛି । କିନ୍ତୁ ରାତି ୯ଟା ପରିବର୍ତ୍ତେ ସନ୍ଧ୍ୟା ୭ଟାରୁ ସକାଳ ୫ଟା ଯାଏଁ ରାତ୍ରୀ କାଳୀନ କର୍ଫୁ ଲାଗୁ ହେବ । ତେଣୁ ଦୋକାନ ବଜାରକୁ ସନ୍ଧ୍ୟା ୬ଟା ସୁଦ୍ଧା ବନ୍ଦ କରିବାକୁ ସିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

ସେପଟେ ଦୀର୍ଘ ଦିନ ପରେ କଟକରେ ସପିଂ ମଲ୍ ଖୋଲିବାକୁ ଅନୁମତି ଦିଆଯାଇଛି । କୋଭିଡ୍ ନିୟମ ଯେପରି ଉଲ୍ଲଂଘନ ନ ହୁଏ ସେ ନେଇ ଦୃଷ୍ଟି ଦେବାକୁ ଚେତାବନୀ ଦିଆଯାଇଛି ।

ସେପଟେ ସରକାରୀ ଅଫିସଗୁଡିକରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରାଯିବ । ହୋଟେଲ ଓ ରେଷ୍ଟୁରାଣ୍ଟରେ କେବଳ ପାର୍ସଲ ପାଇଁ ଅନୁମତି ରହିଛି ।
ସେତେଟା ଜରୁରୀ ନ ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି, ଗର୍ଭବତୀ ମହିଳ ଓ ୧୦ ବର୍ଷରୁ କମ୍ ବୟସର ଶିଶୁଙ୍କୁ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.