Latest Odisha News

BREAKING NEWS

ଏଲଆଇସିର ଏମଡି ହେଲେ ସିଦ୍ଧାର୍ଥ ମହାନ୍ତି

ଭୁବନେଶ୍ୱର: ବୀମା କମ୍ପାନୀ ଏଲଆଇସିର ପରିଚାଳନା ନିର୍ଦେଶକ ତଥା ଏମ୍‌ଡି ଭାବେ ଦାୟିତ୍ଵ ନିର୍ବାହ କରିବେ ଓଡିଆ ପୁଅ ସିଦ୍ଧାର୍ଥ ମହାନ୍ତି।

ତାଙ୍କୁ କେନ୍ଦ୍ର ସରକାର ନିଯୁକ୍ତି ଦେଇଥିବା ବେଳେ ସେ ଆସନ୍ତା ଫେବୃଆରୀ ୧ରୁ କାର୍ଯ୍ୟଭାର ସମ୍ଭାଳିବେ। ସିଦ୍ଧାର୍ଥ ଟି.ସି. ସୁଶିଲ କୁମାରଙ୍କ ସ୍ଥାନ ନେବାକୁ ଯାଉଛନ୍ତି ।

ସିଦ୍ଧାର୍ଥ ଏବେ ଏଲଆଇସି ହାଉସିଂ ଫାଇନାନ୍ସର ଏମଡି ତଥା ସିଇଓ ଭାବେ କାର୍ଯ୍ୟରତ ଅଛନ୍ତି।

ଆର୍ଥିକ ବ୍ୟାପାର ବିଭାଗର ସୁପାରିଶ କ୍ରମେ କ୍ୟାବିନେଟ ନିଯୁକ୍ତି କମିଟି ସିଦ୍ଧାର୍ଥ ମହାନ୍ତିଙ୍କୁ ଏହି ଗୁରୁଦାୟିତ୍ବ ଦେଇଥିବା ବେଳେ ୩୦ ଜୁନ ୨୦୨୩ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିବେ ବୋଲି ସୂଚନା ମିଳିଛି।

Comments are closed.