ମୁମ୍ବାଇ: ଦୀର୍ଘ ଦିନ ଧରି ବଲିଉଡ୍ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ ଅଭିନେତ୍ରୀ କିଆରା ଆଡଭାନୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଚର୍ଚ୍ଚା ହେଉଛି। ଏବେ ଉଭୟଙ୍କୁ ପ୍ରଥମ ଥର ପାଇଁ ପରଦାରେ ଏକାଠି ଦେଖିବାକୁ ମିଳିବ।
ଉଭୟଙ୍କ ଆଗାମୀ ଫିଲ୍ମ ‘ଶେର୍ଶାହା’ ଅଗଷ୍ଟ ୧୨ରେ ମୁକ୍ତିଲାଭ କରିବ। ଏହାପୂର୍ବରୁ ସିଦ୍ଧାର୍ଥ ଏବଂ କିଆରା ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। କିଆରା ନିଜ ଇନଷ୍ଟାଗ୍ରାମରେ ସିଦ୍ଧାର୍ଥଙ୍କ ସହ ଅନେକ ଆକର୍ଷଣୀୟ ଫଟୋ ମଧ୍ୟ ସେୟାର କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଆଉ ଥରେ ଆରମ୍ଭ ହୋଇଯାଇଛି। ଫଟୋରେ କିଆରା ଏବଂ ସିଦ୍ଧାର୍ଥ ବେଶ୍ ସୁନ୍ଦର ଦିଶୁଛନ୍ତି।
Comments are closed.