Latest Odisha News

BREAKING NEWS

ଗମ୍ଭୀର, ଅଗରକରଙ୍କ ସମ୍ପର୍କୀତ ଖବରକୁ ନେଇ ରାଗିଗଲେ ସିଦ୍ଧୁ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଏବେ ୩ ମ୍ୟାଚ ବିଶିଷ୍ଟ ଦିିନିକିଆ ସିରିଜ ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଅଛି । ପ୍ରଥମ ଦିନିକିଆରେ ଭାରତ ପରାଜିତ ହୋଇଛି । ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ ରୋହିତ ଶର୍ମା ଏହି ମ୍ୟାଚରେ ବିଫଳ ହୋଇଛନ୍ତି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଇତି ମଧ୍ୟରେ ନଭଜୋତ ସିଂ ସିନ୍ଧୁଙ୍କ ଏକ ବୟାନକୁ ବେଶ ଆଲୋଚନା ହୋଇଥିଲା । ଏଥିରେ ସେ ୨୦୨୭ ବିଶ୍ୱକପ ଜିତିବାକୁ ହେଲେ କୋଚ ଗୌତମ ଗମ୍ଭୀର ଓ ଚୟନ କମିଟି ଅଜିତ ଅଗରକରଙ୍କୁ ବାହାର କରିବା ପାଇଁ କହିଥିଲେ । ତେବେ ଏହା ଏକ ଫେକ ପୋଷ୍ଟ ଥିଲା ।

ଯାହାକୁ ନେଇ ସିଦ୍ଧୁ ରାଗି ଯାଇଛନ୍ତି । ସେ କହିଛନ୍ତି ଏ ଭଳି ମିଥ୍ୟା ଖବର ପରିବେଷଣ କରନି । ମୁଁ କେବେ ହେଲେ ଏ ଭଳି କହି ନାହିଁ । ତୁମକୁ ଖରାପ ଲାଗିବା କଥା, ଏ ଭଳି ମିଥ୍ୟା ଖବର ମୋ ନାମରେ ଦେବା । ଅକ୍ଟୋବର ୨୦ରେ ସିଦ୍ଧୁ ୬୨ ବଷୟ ବୟସରେ ପଦାର୍ପଣ କରିଛନ୍ତି । ୧୯୮୩ରୁ ୧୯୯୯ ମଧ୍ୟରେ ସେ ଭାରତୀୟ ଦଳର ନିୟମିତ ସଦସ୍ୟ ଥିଲେ । ୨୦୦୧ରେ ସିଦ୍ଧୁ ଭାଷ୍ୟକାର ଏବଂ ୨୦୦୪ରେ ରାଜନୈତିକ କ୍ୟାରିୟରରେ ପାଦ ଥାପିଥିଲେ ।

Comments are closed.