Latest Odisha News

ଦେଶ ଛାଡିବେ ସିଦ୍ଧୁ ମୁସେୱାଲାଙ୍କ ବାପା ?

ଚଣ୍ଡୀଗଡ: ପଞ୍ଜାବର ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲ ହତ୍ୟାକାଣ୍ଡର ୫ ମାସ ପୂରି ଯାଇଥିଲେ ମଧ୍ୟ ଏବେ ବି ହତ୍ୟାକାରୀଙ୍କୁ ଦଣ୍ଡ ମିଳିନି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି ତାଙ୍କ ବାପା ବଲକୌର ସିଂ । ଭାରତର ନ୍ୟାୟ ବ୍ୟବସ୍ଥା ଉପରୁ ମୋର ବିଶ୍ୱାସ ତୁଟି ଗଲାଣି । ୨୫ ନଭେମ୍ବର ସୁଦ୍ଧା ଯଦି ମୋ ପୁଅକୁ ନ୍ୟାୟ ନ ମିଳିବ ତାହାହେଲେ ମୁଁ ଦେଶ ଛାଡି ପଳେଇଯିବି ବୋଲି ସେ ଦୁଃଖରେ କହିଛନ୍ତି । ସିଦ୍ଧୁ ଚାହିଁଥିଲେ ଆମେରିକା ଓ କାନାଡାରେ ଶାନ୍ତିରେ ରହି ପାରିଥାନ୍ତା । ମାତ୍ର ସେ ଭାରତ ଛାଡି ଯିବାକୁ କେବେ ହେଲେ ଚାହିଁନି । ସିଦ୍ଧୁଙ୍କ ସପକ୍ଷରେ ଯେଉଁମାନେ ଛିଡା ହେଉଥିଲେ ଏବେ ଏନଆଇଏ ସେମାନଙ୍କୁ ସମନ ପଠାଉଛି ।

୨୫ ନଭେମ୍ବର ପରେ ମୁଁ ଏଫଆଇର ଫେରାଇ ନେବି ବୋଲି ସେ କହିଛନ୍ତି । ମୋ ପୁଅର ଗ୍ୟାଙ୍ଗଷ୍ଟାରଙ୍କ ସହିତ କୌଣସି ସମ୍ପର୍କ ନାହିଁ । ମାତ୍ର ଏଜେନ୍ସି ତାର ନାମ ଗ୍ୟାଙ୍ଗଷ୍ଟାରଙ୍କ ସହ ଯୋଡିବାରେ ବ୍ୟସ୍ତ । ଦିଲ୍ଲୀରେ ଲରେନ୍ସ ରହୁଥିଲେ ମଧ୍ୟ ପୋଲିସ ଏ ପର୍ଯ୍ୟନ୍ତ ତାଙ୍କୁ ପଚରାଉଚରା କରୁନି ବୋଲି ସେ ଅଭିଯୋଗ କରିଛନ୍ତି ।

Comments are closed.