Latest Odisha News

BREAKING NEWS

ମୃତ୍ୟୁର ୩ ବର୍ଷ ପରେ ସିଦ୍ଧୁ ମୁସେୱାଲାଙ୍କ ୱାର୍ଲ୍ଡ ଟୁର୍ ଘୋଷଣା, ଜାଣନ୍ତୁ କେମିତି ଖାସ୍

ନୂଆଦିଲ୍ଲୀ: ଦିବଂଗତ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ୨୯ ମଇ ୨୦୨୨ରେ ମାନସାର ଜୱାହାରକେ ଗାଁରେ ଗ୍ୟାଙ୍ଗଷ୍ଟରମାନେ ଗୁଳି କରି ହତ୍ୟା କରିଥିଲେ।

ତେବେ ବର୍ତ୍ତମାନ୍ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ସାଇନ୍ ଟୁ ୱାର୍-୨୦୨୬ ୱାର୍ଲ୍ଡ ଟୁର୍ ଭାବରେ ଏକ ପୋଷ୍ଟ କରାଯାଇଛି। ବର୍ତ୍ତମାନ୍ ସୁଦ୍ଧା ଏଥିପାଇଁ କୌଣସି ଦିନ, ତାରିଖ ଏବଂ ସମୟ ଧାର୍ଯ୍ୟ କରାଯାଇ ନଥିଲେ ମଧ୍ୟ ଏହି ଟୁର ସିଦ୍ଧୁଙ୍କ ସ୍ବପ୍ନ ଥିଲା ଓ ଏହାକୁ ନିଶ୍ଚିତ ଭାବରେ ସାକାର କରାଯିବ ବୋଲି ତାଙ୍କ ଟିମ୍ ତରଫରୁ କୁହାଯାଇଛି। ତାଙ୍କ ମୃତ୍ୟୁ ପରେ ପ୍ରଥମ ଥର ପାଇଁ ଟିମ୍ ଏପରି କିଛି ବଡ଼ ଘୋଷଣା କରିଛନ୍ତି।

ତେବେ ସିଦ୍ଧୁ ମୁସେୱାଲା ଭାରତ ଏବଂ ପଞ୍ଜାବ ବ୍ୟତୀତ ଅନେକ ଉପସାଗରୀୟ ଦେଶ ଅର୍ଥାତ୍ ନ୍ୟୁଜିଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ଆମେରିକା, କାନାଡାରେ ମଧ୍ୟ ଜଣେ ଜଣାଶୁଣା ବ୍ୟକ୍ତିତ୍ବ ଥିଲେ।

ଟୁର ପରିଚାଳନା କରୁଥିବା ଟିମ୍ କହିଛନ୍ତି ଯେ ଏହି ସମ୍ଭାବ୍ୟ ଗସ୍ତ ପାଇଁ ବର୍ତ୍ତମାନ ପ୍ରସ୍ତୁତି ଚାଲିଛି ଓ ଏ ସମ୍ପର୍କିତ ସମସ୍ତ ସୂଚନା ମୁସେୱାଲାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଜଣାଇଦିଆଯିବ। ମୁସେୱାଲାଙ୍କ ଯେଉଁ ଗୀତଗୁଡ଼ିକ ରିଲିଜ ହୋଇ ପାରିନାହିଁ ସେସବୁର ଏକ ଡକ୍ୟୁମେଣ୍ଟାରୀ ଏବଂ ଡିଜିଟାଲ୍ ପ୍ରଦର୍ଶନ ଆକାରରେ ମଧ୍ୟ ଦେଖାଯିବା ନେଇ ଅନୁମାନ କରାଯାଉଛି। ଏଥିରେ ତାଙ୍କ ସଙ୍ଗୀତକୁ AR, BR ପ୍ରଯୁକ୍ତିବିଦ୍ୟା କିମ୍ବା 3-D ହୋଲୋଗ୍ରାମ ମାଧ୍ୟମରେ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରାଯିବ ବୋଲି ସୂତ୍ରରୁ ଜଣାପଡ଼ିଛି।

ତେବେ ଯଦି ଏପରି ହୁଏ ତାହେଲେ ଏହା ଭାରତୀୟ ସଙ୍ଗୀତ ଇତିହାସରେ ଏକ ନୂତନ ଆରମ୍ଭ ହେବ ବୋଲି କହିବା ଭୁଲ ହେବ ନାହିଁ।

 

Comments are closed.