Latest Odisha News

BREAKING NEWS

୧୦ ଦିନ ପରେ ବି ଜଳୁଛି ଶିମିଳିପାଳ, ୩୦ଟି ସ୍ଥାନରେ ଲାଗିଛି ନିଆଁ

ବାରିପଦା: ୧୦ ଦିନ ପରେ ବି ଜଳୁଛି ଶିମିଳିପାଳ । ଲିଭୁନି ନିଆଁ । ନିଆଁ ଆୟତ୍ତ କରିବାକୁ ବନ ବିଭାଗ ଉଦ୍ୟମ କରୁଛି । ଗୋଟିଏ ଅଞ୍ଚଳରେ ନିଆଁ ଲିଭିବା ବେଳକୁ ଅନ୍ୟ ଅଞ୍ଚଳରେ ଲାଗି ଯାଉଛି । ଯାହାକୁ ଆୟତ୍ତ କରିବା ଲାଗି ବନ ବିଭାଗ ଓ ଅଗ୍ନିଶମ ବାହିନୀ ନାକଦେମ୍ ହେଲାଣି । ୨ ହଜାର ୭୫୦ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ଶିମିଳିପାଳ ଜୈବ ମଣ୍ଡଳର ୩୦ରୁ ଅଧିକ ସ୍ଥାନରେ ଏବେବି ନିଆଁ ଲାଗିଛି ।

ଅଭୟାରଣ୍ୟର ଉତ୍ତରରେ ଥିବା ବଢ଼େଇପାଣି, ତୁଳସୀବଡ଼, ଚଢ଼େଇ ପାହାଡ଼, ଗୁଡୁଗୁଡ଼ିଆ ଓ ନାଡ଼ା ଆଦି ସ୍ଥାନରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ଲାଗି ଉଦ୍ୟମ କରାଯାଉଛି । ଅନ୍ୟପଟେ ଅନନ୍ତପୁର, ବାଲିନାଳ, ଖଣ୍ଡାଚିରା, ନଛିପୁରରେ ଲାଗିଥିବା ନିଆଁକୁ ବନ ବିଭାଗ ଲିଭାଇଛି । ଅଭୟାରଣ୍ୟର କୋର୍ ଓ ବଫର ଏରିଆରେ ଲାଗିଥିବା ନିଆଁକୁ ଲିଭାଇବା ଲାଗି ସ୍ୱତନ୍ତ୍ର ଟିମକୁ ନିୟୋଜିତ କରାଯାଇଛି ।

ନିଆଁ ଆୟତ୍ତ ଲାଗି ଶିମିଳିପାଳର ୯ଟି ବିଟରେ ଆଉ ୧୦୦ କର୍ମଚାରୀଙ୍କୁ ସାମିଲ୍ କରାଯାଇଛି । କରଞ୍ଜିଆର ଯଶୀପୁର ବନଖଣ୍ଡ ଅଞ୍ଚଳରେ ନିଆଁକୁ ଆୟତ୍ତ କରିବାକୁ ମଧ୍ୟ ପ୍ରୟାସ ଜାରି ରହିଛି । ୫ଟି ଟିମ୍ ନିଆଁ ଆୟତ୍ତରେ ଲାଗିଛନ୍ତି । ବାରିପଦା ଡିଭିଜନର ୫ଟି, ଶିମିଳିପାଳ ଉତ୍ତରରେ ୧୩ଟି ସ୍ଥାନରେ ନିଆଁ ଲାଗିଛି ।

Leave A Reply

Your email address will not be published.