Latest Odisha News

ପ୍ରଥମ ଭାରତୀୟ ଭାବେ ହ୍ୟାଟ୍ରିକ ପଦକ ଲକ୍ଷ୍ୟରେ ପିଭି ସିନ୍ଧୁ

ପ୍ୟାରିସ: ଭାରତୀୟ ବ୍ୟାଡମିଂଟନ ଷ୍ଟାର ପିଭି ସିନ୍ଧୁ ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ପଦକ ହାସଲ କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରିବେ । ଯଦି ଏହା ସମ୍ଭବ ହୁଏ ତେବେ ପ୍ରଥମ ଭାରତୀୟ ଭାବେ ସେ ହ୍ୟାଟ୍ରିକ ଅଲିମ୍ପିକ ପସକ ହାସଲ କରିବାରେ ସୌଭାଗ୍ୟ ଅର୍ଜନ କରିବେ । ସିନ୍ଧୁ ରିଓ ଓ ଟୋକିଓ ଅଲିମ୍ପିକ୍ସରେ ପଦକ ହାସଲ କରି ସାରିଛନ୍ତି । ଅବଶ୍ୟ ୨୯ ବର୍ଷୀୟା ସିନ୍ଧୁ ଏବେ ଭଲ ଫର୍ମରେ ନାହାନ୍ତି । ୮ ମାସ ହେବ ପ୍ରକାଶ ପାଦୁକୋନ ସାରଙ୍କ ସହିତ ରହିବା ଯୋଗୁ ମୋର ମନୋବଳ ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଛି । ପ୍ୟାରିସ ଅଲିମ୍ପିକ୍ସରେ ବ୍ୟାଡମିଂଟନ ମୁକାବିଲା ୨୭ ଜୁଲାଇରୁ ଆରମ୍ଭ ହେବ ।

ଅଲିମ୍ପିକ୍ସରେ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିବା ବ୍ୟତୀତ ମୋ ମୁଣ୍ଡରେ ଆଉ କିଛି ନାହିଁ ବୋଲି ସିନ୍ଧୁ କହିଛନ୍ତି । ପ୍ୟାରିସ ପରିବେଶ ସହିତ ନିଜକୁ ଅଭ୍ୟସ୍ତ କରିବା ପାଇଁ ସେ ହାଇପୋକ୍ସିକ ଚ୍ୟାମ୍ବରରେ ସମୟ କାଟିଥିଲେ । ମୁଁ ଶଟ ଚୟନରେ ଅନେକ ଉନ୍ନତି ଆଣିଛି । ଏହା ବ୍ୟତୀତ ଲମ୍ବା ରାଲୀ ଏବଂ ଦୀର୍ଘକାଳୀନ ମ୍ୟାଚ ପାଇଁ ଅଭ୍ୟାସ କରିଛି । ରାଉଣ୍ଡ ଅଫ ୧୬ରେ ସିନ୍ଧୁଙ୍କୁ ଚୀନର ହୋ ୱିଙ୍ଗଜିୟାଙ୍କୁ ପ୍ରାୟତଃ ସାମ୍ନା କରିବାକୁ ପଡିବ । ୱିଙ୍ଗଜିୟୋ ୧୧ ଓ ସିନ୍ଧୁ ୯ ମ୍ୟାଚରେ ବିଜୟ ହାସଲ କରିଛନ୍ତି ।

ଏହି ବାଧା ଅତିକ୍ରମ କଲେ ପୂନର୍ବାର ଚୀନର ଚେନ ୟୁଫେଇଙ୍କୁ ଭେଟିବେ । ଅବଶ୍ୟ ସିନ୍ଧୁଙ୍କ ରେକର୍ଡ ଚେନଙ୍କ ବିପକ୍ଷରେ ଭଲ ରହିଛି । ଯଦି କିଛି ଅବିଶ୍ୱସନୀୟ ଫଳାଫଳ ନ ହୁଏ ତେବେ ସେମିରେ ତାଙ୍କୁ ସ୍ପେନର କ୍ୟାରୋଲିନା ମାରିନଙ୍କୁ ଭେଟିବାକୁ ପଡିବ । ମାରିନଙ୍କ ବିପକ୍ଷରେ ସିନ୍ଧୁଙ୍କ ରେକର୍ଡ ଭଲ ନାହିଁ । ସେ ୧୨ ମ୍ୟାଚରେ ଏବଂ ସିନ୍ଧୁ ୫ ମ୍ୟାଚରେ ବିଜୟୀ ହୋଇଛନ୍ତି । ୨୦୧୬ ଅଲିମ୍ପିକ୍ସରେ ସିନ୍ଧୁଙ୍କୁ ଫାଇନାଲରେ ମାରିନ ହରାଇଥିଲେ ।

Comments are closed.