Latest Odisha News

BREAKING NEWS

ଅଲ ଇଂଲଣ୍ଡ ବ୍ୟାଡମିଂଟନ ଚାମ୍ପିୟନଶିପ: ପ୍ରଥମ ରାଉଣ୍ଡରୁ ସିନ୍ଧୁ ବିଦା

ଲଣ୍ଡନ: ୨ ଥର ଅଲିମ୍ପିକ ପଦକ ବିଜେତା ଭାରତର ପିଭି ସିନ୍ଧୁ ଅଲ ଇଂଲଣ୍ଡ ବ୍ୟାଡମିଂଟନ ଚାମ୍ପିୟନଶିପର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି । ମହିଳା ସିଙ୍ଗଲ୍ସର ଏହି ମୁକାବିଲାରେ ସିନ୍ଧୁଙ୍କୁ ୧୭-୨୧, ୧୧-୨୧ରେ ଚୀନର ଝାଙ୍ଗ ୟୋ ମେନ ପରାସ୍ତ କରିଥିଲେ । ଚଳିତ ବର୍ଷ ସିନ୍ଧୁ ମାଲେସିଆ ଓପନ, ଇଣ୍ଡିଆ ଓପନର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ । ତେବେ ଭାରତର ମହିଳା ଯୋଡି ତ୍ରେସା ଜଲୀ ଓ ଗାୟତ୍ରୀ ଗୋପୀଚାନ୍ଦ ପୁଲେଲା ୨୧-୧୮, ୨୧-୧୪ରେ ଜୋଙ୍ଗକୋଲଫାନ କିଟିଥାରାକୁଲ ଓ ରାୱିଣ୍ଡା ଝାଙ୍ଗଙ୍କୁ ପରାସ୍ତ କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି ।

ଏହା ପୂର୍ବରୁ ଏଚଏସ ପ୍ରଣୟ ଓ ଲକ୍ଷ୍ୟ ସେନ ସେମାନଙ୍କ ମୁକାବିଲାରେ ବିଜୟ ହାସଲ କରିଥିଲେ । ଏହି ଚାମ୍ପିୟନଶିପରେ ଭାରତ ୨୨ ବର୍ଷ ଧରି ଟାଇଟଲ ହାସଲ କରିପାରି ନାହିଁ । ପ୍ରକାଶ ପାଦୁକୋନ ୧୯୮୦ ଓ ପୁଲେଲା ଗୋପୀଚାନ୍ଦ ୨୦୦୧ରେ ଟାଇଟଲ ହାସଲ କରିଥିଲେ । ୨୦୧୫ରେ ପିଭି ସିନ୍ଧୁ ବ୍ରୋଞ୍ଜ ଓ ଲକ୍ଷ୍ୟ ସେନ ୨୦୨୨ରେ ରୌପ୍ୟ ପଦକ ହାସଲ କରିଥିଲେ ।

Leave A Reply

Your email address will not be published.