Latest Odisha News

BREAKING NEWS

ବିରଳ ରୋଗରେ ପୀଡ଼ିତ ଅଲକା, ହରାଇଲେ ଶ୍ରବଣ ଶକ୍ତି

ମୁମ୍ବାଇ: ୯୦ ଦଶକର ଅନେକ ଲୋକପ୍ରିୟ ଗୀତ ଗାଇ ସମସ୍ତଙ୍କ ମନରେ ରାଜ୍ କରୁଥିବା ଫେମସ ସଙ୍ଗୀତଜ୍ଞ ଅଲକା ୟାଗ୍ନିକଙ୍କୁ ନେଇ ଆସିଛି ଏକ ବଡ ଖବର। ବାସ୍ତବରେ, ଗାୟିକା ଏକ ବିରଳ ରୋଗର ଶିକାର ହୋଇଛନ୍ତି । ଏହି ରୋଗରେ ପଡ଼ିବା ପରଠାରୁ ସେ ତାଙ୍କର ଶ୍ରବଣ ଶକ୍ତି ହରାଇଛନ୍ତି। ସୋସିଆଲ ମିଡ଼ିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ନିଜେ ଅଲକା ଏହି ସୂଚନା ଦେଇଛନ୍ତି। ବର୍ତ୍ତମାନ ଅଲକାଙ୍କ ଏପରି ସମସ୍ୟା ବିଷୟରେ ଶୁଣି ତାଙ୍କର ପ୍ରଶଂସକ ଏବଂ ଅନ୍ୟ ସେଲିବ୍ରିଟି ମାନେ ମଧ୍ୟ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଅଲକା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ କରି ଏହି ରୋଗର ସୂଚନା ଦେବା ସହ ତାଙ୍କର ସମସ୍ତ ପ୍ରସଂଶକ ଓ ଅନ୍ୟାନ୍ୟ ଗାୟକ ଗାୟିକା ମାନଙ୍କୁ ଅଧିକ ସାଉଣ୍ଡ ଦେଇକି ଗୀତ ନଶୁଣିବାକୁ ମଧ୍ଯ ନିବେଦନ କରିଛନ୍ତି। ଅଲକା ତାଙ୍କ ପୋଷ୍ଟର ଲେଖିଚନ୍ତି ଯେ, କିଛି ଦିନ ପୁର୍ବରୁ ମୁଁ ବିମାନରୁ ଓହ୍ଲାଇବା ବେଳେ ଅଚାନକ ମୋତେ ଲାଗିଲା ଯେ ମୋତେ କିଛି ଶୁଣାଯାଉନାହିଁ। ଏହାପରେ ମୁଁ ଡାକ୍ତରଙ୍କ ସହ ପରାମର୍ଶ କଲି। କିନ୍ତୁ ମୁଁ ନଶୁଣିପାରିବାକୁ ଏତେ ସହଜରେ ସ୍ବୀକାର କରିପାରୁନଥିଲି। ଅନେକ ସାହସ ଯୁଟେଇକୁ ମୁ ଶେଷରେ ମୋ ପ୍ରଶଂସକ ମାନଙ୍କୁ ଏକଥା ସ୍ପଷ୍ଟ କରୁଛି।

ଡାକ୍ତରଙ୍କ ସହ ପରାମର୍ଶ କରିବା ପରେ ଜଣାପଡିଲା ଯେ ବିରଳ ନ୍ୟୁରୋ ନର୍ଭ ହିଅରିଂ ଲସ୍‌ ହୋଇଛି । ଭାଇରାଲ କାରଣରୁ ଏଭଳି ହୋଇଥିବା ଡାକ୍ତର କହିଛନ୍ତି । ଅଚାନକ ଏଭଳି ଘଟଣା ପାଇଁ ମୁଁ ସଂପୂର୍ଣ୍ଣ ସ୍ତବ୍ଧ । ମୁଁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ମୋ ପାଇଁ ପ୍ରାର୍ଥନା କରନ୍ତୁ । ଏହାଛଡା ମୋ ପ୍ରଶ୍ଂସକ ମାନଙ୍କୁ ନିବେଦନ କରୁଛି ଯେ ସେମାନେ ଦୟାକରି ଉଚ୍ଚ ଏବଂ ଲାଉଡ ମ୍ୟୁଜିକରୁ ଦୂରେଇ ରୁହନ୍ତୁ । ଏହା ସହ ଅତ୍ୟଧିକ ହେଡ୍‌ ଫୋନ ବ୍ୟବହାରରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ଅଲକା ।

Leave A Reply

Your email address will not be published.