Latest Odisha News

BREAKING NEWS

ବଲିଉଡ ସିଙ୍ଗର କୁମାର ସାନୁ କରୋନା ସଂକ୍ରମିତ

ମୁମ୍ବାଇ: ଭେଟେରାନ୍ ସିଙ୍ଗର କୁମାର ସାନୁ କରୋନା ସଂକ୍ରମିତ । ତାଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଅଫିସିଆଲ୍ ଫେସବୁକ ପେଜରେ ଏହି ସୂଚନା ଦେଇଛନ୍ତି କୁମାର ସାନୁଙ୍କ ଟିମ୍ ।

ତାଙ୍କ ଟିମ୍ ଲେଖିଛନ୍ତି, ସାନୁ ଦା କରୋନା ପଜିଟିଭ୍ ବାହାରିଛନ୍ତି । ଆରୋଗ୍ୟ କାମନା ପାଇଁ କହିଛନ୍ତି ଟିମ୍ କୁମାର ସାନୁ । ତେବେ ତାଙ୍କ ପାଖରେ କରୋନାର ଲକ୍ଷଣ ଥିଲା କି ନାହିଁ କିମ୍ୱା ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା କେମିତି ଅଛି ପୋଷ୍ଟରେ ଉଲ୍ଲେଖ ନାହିଁ ।

କୁମାର ସାନୁ ବର୍ତ୍ତମାନ କ୍ୱାରେଣ୍ଟାଇନରେ ଥିବା ସୂଚନା ମିଳିଛି । ସେ ରହୁଥିବା ଫ୍ଲାଟ ଓ ଅଞ୍ଚଳକୁ ମୁମ୍ବାଇ ମହାନଗର ନିଗମ ପକ୍ଷରୁ ସାନିଟାଇଜ୍ କରାଯାଇଛି । କୁମାର ସାନୁ କରୋନା ସଂକ୍ରମିତ ହୋଇଥିବା ଖବର ଶୁଣିବା ପରେ ଫ୍ୟାନ ତାଙ୍କର ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ କରି ସୁସ୍ଥ ଜୀବନ କାମନା କରିଛନ୍ତି ।

 

Leave A Reply

Your email address will not be published.