Latest Odisha News

BREAKING NEWS

ଆର ପାରିରେ ଗାୟକ ଶାନଙ୍କ ମାଆ ସୋନାଲୀ ମୁର୍ଖାଜୀ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ରୋମାଂଟିକ ଗାୟକ ଶାନଙ୍କ ମାଆ ସୋନାଲୀ ମୂର୍ଖାଜୀଙ୍କର ଦେହାନ୍ତ ହୋଇଯାଇଛି । ତେବେ କେଉଁ କାରଣ ଯୋଗୁ ତାଙ୍କର ମୃତ୍ୟୁ ଘଟିଛି ତାହା ଜଣାପଡି ନାହିଁ । ବୁଧବାର ବିଳମ୍ବିତ ରାତିରେ ସେ ଶୋଇଥିବା ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସୋନାଲୀ ଜଣେ ଭଲ ଗାୟିକା ଥିଲେ ।

ଶାନଙ୍କୁ ୧୩ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ଏହା ପରେ ସେ ଗୀତ ଗାଇ ପିଲାମାନଙ୍କୁ ପାଳିଥିଲେ । ଶାନ ଏବଂ ସାଗରିକାଙ୍କୁ ଗାୟକ କରାଇବା ପଛରେ ସୋନାଲୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ତାଙ୍କ ମୃତ୍ୟୁରେ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ପ୍ରଶଂସକଙ୍କ ମଧ୍ୟରେ ଶୋକର ଲହରୀ ଖେଳି ଯାଇଛି ।

Comments are closed, but trackbacks and pingbacks are open.