Latest Odisha News

BREAKING NEWS

ଅଙ୍ଗନବାଡ଼ି ଦିଦିଙ୍କୁ ମାଡ଼ ଘଟଣା: ୩ ମହିଳାଙ୍କୁ ଗିରଫ କଲା ପୋଲିସ

ଜଳେଶ୍ୱର: ସୁଭଦ୍ରା ଯୋଜନା ପାଇଁ ଗଛରେ ବାନ୍ଧି ଅଙ୍ଗନବାଡ଼ି ଦିଦିଙ୍କୁ ମାଡ଼ ଘଟଣା । ୩ ମହିଳାଙ୍କୁ ଗିରଫ କଲା ସିଂଲା ଥାନା ପୋଲିସ । ଘଟଣାରେ ସମ୍ପୃକ୍ତ ୬ଜଣ ଫେରାର୍ ଅଛନ୍ତି । ଗତ ୨୦ରେ ମହାପଦା ଅଙ୍ଗନବାଡ଼ି ଦିଦିଙ୍କୁ ଗଛରେ ବାନ୍ଧି ମାଡ଼ ମାରିଥିଲେ କିଛି ଲୋକ ।

ବାଲେଶ୍ୱର ଜିଲ୍ଲା ସିଂଲା ଥାନା ମହାପଦା ଗ୍ରାମର ଅଙ୍ଗନବାଡି କର୍ମୀ ଉର୍ମିଳା ସାମଲଙ୍କୁ ଗତକାଲି ଗଛରେ ବାନ୍ଧି ମାଡ଼ ମରାଯାଇଥିଲା । ଗୁରୁତର ଅବସ୍ଥାରେ ଅଙ୍ଗନବାଡି କର୍ମୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏନେଇ ସିଂଲା ଥାନାରେ ମାମଲା ରୁଜୁ ହେବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ତେବେ ସୁଭଦ୍ରା ଯୋଜନାରେ କାମ କରିବାରୁ ଗାଁର କିଛି ଲୋକ ତାଙ୍କୁ ମାଡ ମାରିଥିଲେ ବୋଲି କହିଥିଲେ ପୀଡିତା ଅଙ୍ଗନବାଡି କର୍ମୀ ।

ଖବର ଜାଣିବା ପରେ ଉପମୁଖ୍ୟମନ୍ତ୍ରୀ ସିଧା ଫୋନରେ କଥା ହୋଇଥିଲେ । ଏଥିସହ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ସହ କଥା ହୋଇଥିବାର ସୂଚନା ଦେବା ସହ ତୃଣମୂଳ ସ୍ତରରେ କାମ କରୁଥିବା ଲୋକମାନଙ୍କ ସହ ସରକାର ଅଛନ୍ତି ବୋଲି ଦୃଢ଼ ପ୍ରତିଶୃତି ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

Leave A Reply

Your email address will not be published.