Latest Odisha News

BREAKING NEWS

ଇଟାଲୀର ସିନର ଜିତିଲେ ଅଷ୍ଟ୍ରେଲିଆନ ଓପନ ଟାଇଟଲ

ମେଲବୋର୍ଣ୍ଣ: ଇଟାଲୀର ଯୁବ ଖେଳାଳି ୟାନିକ ସିନର ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟର ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ୨୨ ବର୍ଷୀୟ ସିନର ଫାଇନାଲରେ ରୁଷିଆର ଡାନିଏଲ ମେଡଭେଡେବଙ୍କୁ ୩-୬, ୩-୬, ୬-୪, ୬-୪ ଓ ୬-୩ ସେଟରେ ପରାସ୍ତ କରିଥିଲେ । ସିନରଙ୍କ ଏହା କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ । ଡାନିଏଲଙ୍କ ପୁନର୍ବାର ଅଷ୍ଟ୍ରେଲିଆନ ଓପନ ଟାଇଟଲ ଜିତିବା ଆଶା ଧୂଳିସାତ ହୋଇଛି । ୨୦୨୧ରେ ସେ ୟୁଏସ ଓପନ ଜିତିଥିଲେ । ପ୍ରଥମ ୨ଟି ସେଟରେ ଡାନିଏଲ ଅଗ୍ରଣୀ ରହିଥିଲେ ମଧ୍ୟ ଏହା ପରେ ସିନର ଚମତ୍କାର ପ୍ରଦର୍ଶନ କରି ବାକି ୩ଟି ସେଟକୁ ଜିତି ମ୍ୟାଚରେ ବିଜୟ ହାସଲ କରିଥିଲେ ।

୧୦ ବର୍ଷ ପରେ ଅଷ୍ଟ୍ରେଲିଆନ ଓପନରେ ନୂଆ ଚାମ୍ପିୟନ ମିଳିଛି । ୨୦୧୪ରେ ସୁଇଜରଲାଣ୍ଡର ଷ୍ଟ୍ୟାନ ୱାରିଙ୍କା ଟାଇଲ ଜିତିଥିଲେ । ଅନ୍ୟଥା ରୋଜର ଫେଡେରର, ରାଫେଲ ନାଡାଲ ଓ ନୋଭାକ ଜୋକୋଭିଚ ଏଥିରେ ଟାଇଟଲ ହାସଲ କରୁଥିଲେ । ଏଥର ଜୋକୋଭିଚ ସେମିଫାଇନାଲରୁ ବିଦାୟ ନେଇଛନ୍ତି ।

Leave A Reply

Your email address will not be published.