Latest Odisha News

ଏସଆଇପି କରୁଥିଲେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ, ନହେଲେ ବୁଡିଯିବ ଟଙ୍କା !

ଭୁବନେଶ୍ବର : ଆଜିକାଲି ଲୋକମାନେ ଭବିଷ୍ୟତକୁ ଦୃଷ୍ଟିରେ ରଖି ନିବେଶ କରିବାକୁ ପସନ୍ଦ କରୁଛନ୍ତି । ଖାସ୍ କରି ଭବିଷ୍ୟତ ପାଇଁ ସେଭିଂ କରିବାକୁ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରୁଛନ୍ତି । କିନ୍ତୁ ନିବେଶକୁ ନେଇ ଅଧିକ ଜ୍ଞାନ ନଥିବାରୁ ସମସ୍ୟାରେ ମଧ୍ୟ ପଡିଛନ୍ତୁ । ତେବେ ଲାଭଦାୟକ ନିବେଶ ଓ ଲାଭ ପାଇବା ପାଇଁ କିଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତି ନେବା ନିହାତି ଆବଶ୍ୟକ । ତେବେ ନଜର ପକାନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପରେ ..

ଏସଆଇପି (ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ)

ବର୍ତ୍ତମାନ ସମସ୍ତଙ୍କ ମୁହଁରୁ ଏସଆଇପି କଥା ତ ଶୁଣିଥିବେ । ଏସଆଇପି ଫୁଲଫର୍ମ ହେଲା ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ( SIP) । ଏସଆଇପି ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ କରିବାର ଏକ ପଦ୍ଧତି । ଯେଉଁଠାରେ ଜଣେ ନିବେଶକ ଏକ ମ୍ୟୁଚୁଆଲ୍ ଫଣ୍ଡ ସ୍କିମ୍ ବାଛନ୍ତି ଏବଂ ନିର୍ଦ୍ଦିଷ୍ଟ ବ୍ୟବଧାନରେ ତାଙ୍କ ପସନ୍ଦର ନିର୍ଦ୍ଦିଷ୍ଟ ପରିମାଣ ନିବେଶ କରନ୍ତି । ଭାରତୀୟ ମ୍ୟୁଚୁଆଲ ଫଣ୍ଡ ସଂଘ (AMFI)ର ଅନୁସାରେ , ଏସଆଇପି ହେଉଛି ନିୟମିତ ସମୟ ବ୍ୟବଧାନରେ ସାଧାରଣତଃ ମାସିକ ଆଧାରରେ ନିବେଶ କରାଯାଉଥିବା ଏକ ମ୍ୟୁଚୁଆଲ ଫଣ୍ଡ ।

କିପରି କାମ କରେ ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ (ଏସଆଇପି)

-କେଉଁ ପ୍ରକାର ଫଣ୍ଡରେ ଆପଣ ନିବେଶ କରିବାକୁ ଚାହୁଁଛନ୍ତି ପ୍ରଥମେ ତାହା ନିଜେ ସୁନିଶ୍ଚିତ କରନ୍ତୁ । ନିଜ ରିସ୍କରେ ଆପଣଙ୍କୁ ସ୍କିମ ବାଛିବାକୁ ପଡିବ । ମାସିକ ଆପଣ କେତେ ଟଙ୍କା ନିବେଶ କରିପାରିବେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ । ଏହା ପରେ ମାସିକ ନିବେଶ ରାଶି ଓ ଫ୍ରିକ୍ୱେନ୍ସି ବାଛନ୍ତୁ ।

-ଏସଆଇପି ଅର୍ଥ ନିବେଶ କରିବା ପାଇଁ ଚୟନ ତାରିଖରେ ଅଟୋମେଟିକ (ସ୍ୱୟଂଚାଳିତ) ପେମେଣ୍ଟ କରିବାକୁ ବ୍ୟାଙ୍କକୁ ଅନୁମତି ଦିଅନ୍ତୁ । ଯାହାଫଳରେ ନିର୍ଦ୍ଧାରିତ ଦିନରେ ଏସଆଇପି ଫଣ୍ଡରେ ଟଙ୍କା ନିବେଶ ହୋଇଯିବ । ଆପଣ କାର୍ଯ୍ୟବ୍ୟସ୍ତରେ ଭୁଲିଗଲେ ମଧ୍ୟ ଆଟୋମେଟିକ ପେମେଣ୍ଟ ହୋଇଯିବ ।

– ନିବେଶ କରାଯାଇଥିବା ଟଙ୍କାର ଉପଯୋଗ ମ୍ୟୁଚୁଆଲ ଫଣ୍ଡ ସ୍କିମ ୟୁନିଟକୁ କିଣିବା ପାଇଁ କରାଯାଇଥାଏ । ସେହି ସ୍ପେଶାଲ ଦିନରେ ଫଣ୍ଡର ନେଟ୍ ଆସେଟ୍ ଭ୍ୟାଲୁ (NAV) ଆପଣଙ୍କୁ କେତେ ୟୁନିଟ ମିଳିବ ତାହା ନିର୍ଦ୍ଧାରଣ କରିଥାଏ । ଅଧିକ ଲାଭ(ରିଟର୍ଣ୍ଣ) ଆସିବା ପାଇଁ କମ୍ପାଉଣ୍ଡିଙ୍ଗ ପାଓ୍ବାର ବ୍ୟବହାର କରାଯାଏ ।

ତେବେ ଏସଆଇପିରେ ଟଙ୍କା ନିବେଶ ବେଳେ ଏହିସବୁ ପଏଣ୍ଟ ଉପରେ ଧ୍ୟାନ ଦିଅନ୍ତୁ :-

  • SIP ବାଛିବା ବେଳେ ପ୍ରଥମେ ଆପଣ ନିଜର ଆୟକୁ ଦେଖନ୍ତୁ । କେତେ ଟଙ୍କା ଆପଣ ନିବେଶ କରିପାରିବେ ସେ ବାବଦରେ ଭଲ ଭାବରେ ଚିନ୍ତାକରି ଇନଭେଷ୍ଟ କରନ୍ତୁ ।
  • ଫଣ୍ଡର ନିୟମାବଳୀ ଧ୍ୟାନର ସହ ପଢିବାକୁ ଭୁଲନ୍ତି ନାହିଁ । କେତେ ଟଙ୍କା ନିବେଶ କରିବେ ଓ କେତେ ଲାଭ ପାଇବେ ସେ ବିଷୟରେ ବିଶେଷ ଧ୍ୟାନ ଦିଅନ୍ତୁ ।

 

Leave A Reply

Your email address will not be published.