ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ୍ ଦୁଇ ଦିନିଆ ପଚମଢ଼ି ଗସ୍ତରେ ଅଛନ୍ତି। ବିଜେପି ହରିୟାଣା ପରି ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ଛତିଶଗଡ଼ ନିର୍ବାଚନରେ ଭୋଟ ଚୋରି କରିବା ସହ SIR ଏହାକୁ ଲୁଚାଇବା ପାଇଁ ଚେଷ୍ଟା କରୁଥିବା ନେଇ ସେ ଅଭିଯୋଗ କରିଛନ୍ତି।
ଏହି ନିର୍ବାଚନ କମିଶନଙ୍କ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ନଭେମ୍ବର ୪ ରେ ନଅଟି ରାଜ୍ୟ ଏବଂ ତିନୋଟି କେନ୍ଦ୍ରଶାସିତ ଅଞ୍ଚଳରେ ଆରମ୍ଭ ହୋଇଥିଲା।
ହରିୟଣାରେ ୨.୫ ମିଲିୟନ ଭୋଟ ଚୋରି ହେବା ସହ ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ଛତିଶଗଡ଼ରେ ଏପରି ସମାନ ଘଟଣା ଘଟିଥିବା ନେଇ ସେ କହିଛନ୍ତି। ତେବେ ତାଙ୍କ ପାଖରେ ଆହୁରି ପ୍ରମାଣ ଅଛି ଓ ସେ ଧୀରେ ଧୀରେ ଏସବୁ ପ୍ରଦାନ କରିବେ ବୋଲି ରାହୁଲ କହିଛନ୍ତି।
ସେ ଆହୁରି ମଧ୍ୟ ଅଭିଯୋଗ କରିଥିଲେ ଯେ ଏପରି କରିବା ଦ୍ବାରା ଗଣତନ୍ତ୍ର ଓ ଆମ୍ବେଦକରଙ୍କ ସମ୍ବିଧାନ ଉପରେ ଆକ୍ରମଣ ହେଉଛି। ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ ସିଧାସଳଖ ଏହା ଏକାଠି କରୁଛନ୍ତି ଓ ଏହା ଦ୍ଵାରା ଦେଶକୁ ବହୁତ କ୍ଷତି ପହଞ୍ଚୁଛି।
Comments are closed.