ଇସଲାମବାଦ: ପାକିସ୍ତାନରେ ସୋମବାର ସକାଳୁ ବଡ ଧରଣର ରେଳ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩୦ଜଣ ମୃତ୍ୟୁବରଣ କରିଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ଘୋଟକି କିଲ୍ଲାର ଧାରକିରେ ସାର ସୟେଦ ଏକ୍ସପ୍ରେସ ଓ ମିଲିଆତ ଏକ୍ସପ୍ରେସ ଟ୍ରେନ ମୁହାଁ ମୁହିଁ ଧକ୍କା ହୋଇଥିଲା । ସ୍ଥାନୀୟ ଲୋକ ଏବଂ ପ୍ରଶାସନଙ୍କ ଉଦ୍ୟମ ବଳରେ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାକୁ ପଠା ଯାଇଥିଲା ।
କରୋନା ମହାମାରୀ ଯୋଗୁ ଟ୍ରେନରେ କମ୍ ଯାତ୍ରୀ ଥିବାରୁ ମୃତାହତ ସଂଖ୍ୟା ବଢ଼ି ନ ଥିଲା । ଟେକ୍ନିକାଲ ଅସୁବିଧା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି । ୨ଟି ଯାକ ଟ୍ରେନ ରେଳଧାରଣା ଉପରେ ପଡି ରହିଛି ।
Comments are closed.