ନୂଆଦିଲ୍ଲୀ: ମାର୍ଚ୍ଚ ୨୨ରୁ ଆଇପିଏଲ ଆରମ୍ଭ ହୋଇଯିବ । ପ୍ରଥମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ମଧ୍ୟରେ ଖେଳାଯିବ । ତେବେ ଏହା ପୂର୍ବରୁ ମହମ୍ମଦ ସିରାଜଙ୍କ ଏକ ଇନଷ୍ଟାଗ୍ରାମ ପୋଷ୍ଟ ଭାଇରାଲ ହେବାରେ ଲାଗିଛି । କିଛି ମାସ ହେବ ଅଭିନେତ୍ରୀ ତଥା ବିଗ ବସ ପ୍ରତିଯୋଗୀ ମାହିରା ଶର୍ମାଙ୍କ ସହ ସିରାଜଙ୍କ ନାମ ଯୋଡାଯାଉଛି । ଏହାକୁ ମାହିରା ଓ ତାଙ୍କ ମାଆ ବାରମ୍ବାର ବନା କରୁଥିଲେ ମଧ୍ୟ ଗଣମାଧ୍ୟମ ପ୍ରତିନିଧି ତାଙ୍କ ପିଛା ଛାଡୁ ନାହାନ୍ତି । ଏହି ସବୁ ଘଟଣା ପରେ ସିରାଜ ତାଙ୍କ ଇନଷ୍ଟାଗ୍ରାମରେ ଏ ନେଇ ପୋଷ୍ଟ କରିଛନ୍ତି ।
ସେ ଲେଖିଛନ୍ତି ମୁଁ ପାପାରାଜୀକୁ ଅନୁରୋଧ କରୁଛି ଯେ, ମୋତେ ଏ ସମ୍ପର୍କରେ ବାରମ୍ବାର ପଚାରିବାରେ ମାନେ କିଛି ନାହିଁ । ଏହା ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତିହୀନ । ମୁଁ ଆଶା କରୁଛ ଆଗକୁ ଏହା ବନ୍ଦ ହୋଇଯିବ । ଏହା ସହ ସେ ହାତ ଯୋଡାଯାଇଥିବା ଏକ ଇମୋଜୀ ମଧ୍ୟ ଛାଡିଛନ୍ତି । ଏହି ପୋଷ୍ଟ ଏବେ ଭାଇରାଲ ହୋଇଯାଇଛି । ମାହିରାଙ୍କୁ ଏକ କାର୍ଯ୍ୟକ୍ରମରେ ସାମ୍ବାଦିକମାନେ କେଉଁ ଟିମକୁ ସମର୍ଥନ କରୁଛନ୍ତି ବୋଲି ପଚାରିଥିଲେ । ସେ କୌଣସି ଉତର ନ ଦେଇ ହସି କରି ପଳାଇ ଯାଇଥିଲେ ।