ଆଡିଲେଡ: ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ କ୍ରିକେଟ ଟେଷ୍ଟାରେ ବିଶୃଙ୍ଖଳା ସୃଷ୍ଟି କରିବା ନେଇ ଆଇସିସି ମହମ୍ମଦ ସିରାଜ ଓ ଟ୍ରେଭିସ ହେଡଙ୍କୁ ଦଣ୍ଡିତ କରିଛି । ସିରାଜଙ୍କ ମ୍ୟାଚ ଫିସର ୨୦ ପ୍ରତିଶତ ଅର୍ଥ ଜରିମାନା ବାବଦରେ କଟାଯାଇଛି । ଭାରତର ପେସ ବୋଲର ସିରାଜ ଆଇସିସି କୋଡ ଅଫ କଣ୍ଡକ୍ଟ ୨.୫ର ଉଲ୍ଲଂଘନ କରିଥିଲେ । ସେହିପରି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ହେଡ ଆର୍ଟିକିଲ ୨.୧୩ ଅନୁସାରେ ଦୋଷୀ ହୋଇଛନ୍ତି । ଉଭୟ ଖେଳାଳିଙ୍କୁ ୧-୧ ଡିମେରିଟ ପଂଏଟ ଦିଆଯାଇଛି । ୨୪ ମାସ ମଧ୍ୟରେ ଉଭୟଙ୍କ ଏହା ପ୍ରଥମ ଭୁଲ ଥିବାରୁ ସେମାନଙ୍କ ମ୍ୟାଚରୁ ସସପେଣ୍ଡ କରାଯାଇ ନାହିଁ ।
ଦ୍ୱିତୀୟ ଦିବସର ୮୨ତମ ଓଭରରେ ସିରାଜ ଏବଂ ହେଡଙ୍କ ମଧ୍ୟରେ ବାକ୍ୟ ବିନିମୟ ହୋଇଥିଲା । ସିରାଜଙ୍କ ବଲରେ ହେଡ ଛକା ମାରିଥିଲେ । ଏହାର ପରବର୍ତୀ ବଲରେ ସେ ତାଙ୍କୁ ବୋଲ୍ଡ କରି ଦେଇଥିଲେ । ହେଡ ଏହା ପରେ ସିରାଜଙ୍କୁ କିଛି କହିଥିଲେ, ସିରାଜ ରାଗିଯାଇ ତାଙ୍କୁ ପଡିଆ ବାହାରର ରାସ୍ତା ଦେଖାଇଥିଲେ । ହେଡ ପରେ କହିଥିଲେ ମୁଁ ସିରାଜଙ୍କୁ ୱେଲ ବୋଲଡ କହିଥିଲି ସେ କଣ ପାଇଁ ରାଗିଗଲେ ଜାଣିନି । ୫ ମ୍ୟାଚ ବିଶିଷ୍ଟ ସିରିଜ ୧-୧ ସମାନ ସ୍ଥିତିରେ ରହିଛି ।
Comments are closed.