Latest Odisha News

BREAKING NEWS

ଏମିତି ଏକ ମନ୍ଦିର ଯେଉଁଠି ରାମଙ୍କ ବିନା ପୂଜା ପାଉଛନ୍ତି ମାଆ ସୀତା

ମୁମ୍ବାଇ : ଭଗବାନ ରାମଙ୍କ ବିନା ମାଆ ସୀତା ଅସମ୍ପୂର୍ଣ୍ଣ କୁହାଯାଏ । ସେଥିପାଇଁ ସବୁ ମନ୍ଦିରରେ ରାମଙ୍କ ସହ ମାଆ ସୀତାଙ୍କ ପ୍ରତିମା ସ୍ଥାପନ କରାଯାଇଥାଏ । ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମଲାଲାଙ୍କ ମନ୍ଦିର ଉଦ୍‌ଘାଟନ ହେବାକୁ ଯାଉଛି । ଯେଉଁଠି ରାମଲାଲାଙ୍କ ସହ ମାଆ ସୀତା, ଭାଇ ଲକ୍ଷ୍ମଣ ଓ ହନୁମାନଙ୍କ ପ୍ରତିମା ସ୍ଥାପନ କରାଯିବ । କିନ୍ତୁ ଏପରି ଏକ ମନ୍ଦିର ଅଛି, ଯେଉଁଠି ରାମଙ୍କ ବିନା ମାଆ ସୀତାଙ୍କ ପ୍ରତିମା ପୂଜା ପାଉଛନ୍ତି ।

ମହାରାଷ୍ଟ୍ରର ୟାବତମଲ ଜିଲାରେ ଏକ ସୀତା ମନ୍ଦିର ରହିଛି । ଯାହା ବହୁଦିନ ଧରି ବନ୍ଦ ରହିଥିଲା । ନିକଟରେ ଶ୍ରଦ୍ଧାଳୁଙ୍କ ଉଦ୍ୟମରେ ଏହି ବନ୍ଦ ମନ୍ଦିରକୁ ଖୋଲି ଦିଆଯାଇଛି । ଏହି ମନ୍ଦିରରେ ମାଆ ସୀତାଙ୍କ ବନବାସ ଗମନ ସମୟର ଘଟଣାକୁ ଦର୍ଶାଇଛି । ଏଠାରେ ସୀତାଙ୍କ ସହ ଲବକୁଶଙ୍କ ପ୍ରତିମା ମଧ୍ୟ ରହିଛି । ହେଲେ ରାମ କି ଲକ୍ଷ୍ମଣ ନାହାନ୍ତି । ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଏହି ମନ୍ଦିରକୁ ଆସି ମାଆ ସୀତାଙ୍କୁ ପୂଜା କରିଥାନ୍ତି । ସ୍ଥାନୀୟ ଲୋକେ ଏହି ମନ୍ଦିରକୁ ମମତାର ନିଦର୍ଶନ ବୋଲି ଦର୍ଶାଇଥାନ୍ତି ।

ନିକଟରେ ଏହି ମନ୍ଦିରକୁ ଖୋଲାଯାଇ ମାଆ ସୀତାଙ୍କ ନୂଆ ମୂର୍ତ୍ତି ସ୍ଥାପନ କରାଯିବା ସହ ପ୍ରାଣ ପ୍ରତିଷ୍ଠା କରାଯାଇଛି । ସ୍ଥାନୀୟ ଲୋକ ଏହି ମନ୍ଦିରକୁ ସାହାସର ପ୍ରତୀକ ଭାବେ ପରିଚୟ ଦେଉଛନ୍ତି । ଏହି ମନ୍ଦିର ସିଙ୍ଗଲ ମଦରଙ୍କ ପାଇଁ ଏକ ପ୍ରେରଣା ବୋଲି ସ୍ଥାନୀୟ ଲୋକ କହିଛନ୍ତି । ତେବେ ଦେଶରେ ମାଆ ସୀତାଙ୍କ ବହୁ ମନ୍ଦିର ରହିଛି । କିନ୍ତୁ ମହାରାଷ୍ଟ୍ରରେ ଥିବା ଏହି ମନ୍ଦିରରେ ମାଆ ସୀତା ଲବକୁଶଙ୍କ ସହ ଅବସ୍ଥାପିତ ହୋଇଛନ୍ତି । ଅଯୋଧ୍ୟାରେ ମଧ୍ୟ ଏକ ସୀତାମନ୍ଦିର ରହିଛି ଯାହାକୁ ଭବ୍ୟ ରୂପ ଦିଆଯାଉଛି । ସେହିପରି ବାରଣାସୀର ଅସ୍ତିଘାଟରେ ଏକ ସୀତାମନ୍ଦିର ଅଛି । ବର୍ଷାଦିନରେ ଏହି ମନ୍ଦିର ପାଣି ଘେରରେ ରହିଥାଏ । କୁହାଯାଏ କି ମାଆ ସୀତା ଏହିଠାରେ ହିଁ ଧରିତ୍ରୀ ଗର୍ଭରେ ଲୀନ ହୋଇଯାଇଥିଲେ ।

Comments are closed.