Latest Odisha News

ବିବାହ ପାଇଁ ସଜବାଜ ଦେବ ଦମ୍ପତି

ସୋନପୁର: ମହାପ୍ରଭୁ ଶିବ ଓ ମା ପାର୍ବତୀଙ୍କ ବିବାହ ପ୍ରସ୍ତୁତି l ଶୀତଳ ଷଷ୍ଠୀ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରାଯାଇଛି l ସୁନାର ନାଗ ଓ ରୂପାର ବିମାନ ହେଉଛି ସୋନପୁର ସହରର ଶୀତଳ ଷଷ୍ଠୀ ଯାତ୍ରାର ସ୍ଵତନ୍ତ୍ରତା l ଏଥି ପାଇଁ ଜିଲ୍ଲା କୋଷାଗାରରୁ ବାହାର କରାଯାଇଛି ୧୦୮ଭରିର ସୁନା ନାଗ l ଯାହାକି ଶୀତଳ ଷଷ୍ଠୀର ମୁଖ୍ୟ ଆକର୍ଷଣ । ଚଳିତ ବର୍ଷ ମନ୍ଦିର ମାଳିନୀ ସୋନପୁର ସହରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ l

ସେଥିପାଇଁ ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା ପରେ ୧୦୮ ଭରି ସୁନାର ନାଗ ପ୍ରତିମାକୁ ବାହାର କରାଯାଇଛି l ଯାହାକୁ ନିଆଯାଇ ସହରର ଥାନପତି ପଡ଼l ଚନ୍ଦ୍ର ଶେଖର ମନ୍ଦିର ରେ କଡ଼ା ସୁରକ୍ଷା ମଧ୍ୟରେ ରଖା ଯାଇଛି ସୁନା ନାଗ ପ୍ରତିମାକୁ l ତେବେ ଆସନ୍ତା ୧୬ ତାରିଖ ପବିତ୍ର ଶୀତଳ ଷଷ୍ଠୀ ଦିନ ବର ବେଶରେ ଏହି ସୁନା ନାଗ ସଜ୍ଜିତ ହୋଇ ବାହାରିବେ l ସୁବର୍ଣ୍ଣମେରୁ ବାବାଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ର ଶେଖର ବାବାଙ୍କ ବିବାହ ମାତା ପାର୍ବତୀଙ୍କ ସହିତ ଅନୁଷ୍ଠିତ ହେବ l

ଚଳିତ ବର୍ଷ କୋଭିଡ଼ କଟକଣା ମଧ୍ୟରେ ଶୋଭାଯାତ୍ରା କରାନଯାଇ କେବଳ ରୀତି ନୀତି ପାଳନ କରି ବିବାହ ଉତ୍ସବ ପାଳିତ ହେବ ବୋଲି ଉପ ଜିଲ୍ଲାପାଳ ନିହାର ରଞ୍ଜନ କହଁର ସୂଚନା ଦେଇଛନ୍ତି l ଚଳିତ ବର୍ଷ ବର ପିତା ମାତା ଭାବେ ପି ରାଜେଶ୍ୱରୀ ରାଓ ଓ ସୀମାଞ୍ଚଳ ରାଓ ରହିଥିବା ବେଳେ କନ୍ୟା ପିତାମାତା ଭାବରେ ଶାନ୍ତି ନଗର ସ୍ଥିତ ଅର୍ଜୁନ ରଥ ଓ ରାଲି ରଥଙ୍କୁ ଶୀତଳ ଷଷ୍ଠୀ ପୂଜା କମିଟି ପକ୍ଷରୁ ଚୟନ କରାଯାଇଛି l

 

Leave A Reply

Your email address will not be published.