Latest Odisha News

BREAKING NEWS

ଭାଇରାଲ ଗୀତ ‘ଛି ଛି ଛିରେ ନନୀ ଛି’କୁ ଦର୍ଶକ ଦେଖିବେ ନୂଆ ସ୍ୱାଦରେ…

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ରକୁ ନୂତନ ଦିଗ ଦେଇଥିବା ଓଡ଼ିଆ ଚଳଚ୍ଚିତ୍ର ଜଗତର ସଫଳ ଓ ଅନୁଭବୀ ନିର୍ମାତା ସୀତାରାମ୍ ଅଗ୍ରୱାଲ୍ ପୁଣି ଏକ ଜବରଦସ୍ତ ପ୍ରେମ କାହାଣୀ ସହ ବଡ଼ ପରଦାକୁ କମ୍ ବ୍ୟାକ୍ କରୁଛନ୍ତି । ସାରା ବିଶ୍ୱରେ ଚର୍ଚ୍ଚାରେ ଥିବା ଭାଇରାଲ ଗୀତ “ଛି ରେ ନନୀ” କୁ ଦର୍ଶକ ଦେଖିବେ ନୂଆ ସ୍ୱାଦରେ । “ଛି ରେ ନନି” ଫିଲ୍ମ ମାଧ୍ୟମରେ ଏକ ତାଜା ଓ ଗଭୀର ଭାବନାତ୍ମକ ପ୍ରେମ କାହାଣୀ ଦର୍ଶକଙ୍କୁ ସେ ଭେଟି ଦେବାକୁ ଯାଉଛନ୍ତି ।

ଏହି ଫିଲ୍ମଟି ସାରା ଓଡ଼ିଶାର ସିନେମା ହଲ୍ ରେ ୧ ଅଗଷ୍ଟ ୨୦୨୫ରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଚଳଚ୍ଚିତ୍ରର କାହାଣୀ ରଚନା କରିବା ସହିତ ନିର୍ଦ୍ଦେଶନା ଦେଇଛନ୍ତି ସୁଶାନ୍ତ ମଣି । ସିଦ୍ଧାର୍ଥ ମ୍ୟୁଜିକ୍ ବ୍ୟାନର୍ ରେ ନିର୍ମିତ ହୋଇଛି ଏହି ଫିଲ୍ମଟି । ମୁଖ୍ୟ ଭୂମିକାରେ ନଜର ଆସିବେ ଶିବାନୀ ସଙ୍ଗୀତା, ଶୈଳେନ୍ଦ୍ର ଓ ଦିପନ୍ୱିତ ମୁଖ୍ୟ ।

ଏହି ନୂତନ ପିଢ଼ୀର ରୋମାଣ୍ଟିକ୍ ଫିଲ୍ମ, ନିରୀହ ପ୍ରେମ, ଗ୍ରାମ୍ୟ ବାସ୍ତବତା ଓ ହୃଦୟବିଦାରକ ନାଟକୀୟତାକୁ ଏକତ୍ର କରି ଦେଖାଉଛି, ଯେଉଁଠି ପ୍ରେମ, ପରିବାର ଓ ଭାଗ୍ୟକୁ ଅସ୍ୱୀକାର କରେ । ତେବେ ଏହି ଫିଲ୍ମ ବିଷୟରେ ଖବର ସାମ୍ନାକୁ ଆସିବା ପରେ ଜର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି ।

Comments are closed.