Latest Odisha News

BREAKING NEWS

ଦିନକୁ ୧୦ ଘଣ୍ଟାରୁ ଅଧିକ ବସିବା ଦ୍ୱାରା ହୃଦଘାତ ଆଶଙ୍କା ବଢିଥାଏ

ଭୁବନେଶ୍ବର : କିଛି ଲୋକେମାନେ ଭାବିଥାନ୍ତି ଯେ ସବୁବେଳେ ବସିକି ରହିବା ଦେହ ପାଇଁ ଭଲ । ଏହି ଧାରଣା ଭୁଲ୍ । ଏହା ଦ୍ବାରା ମଣିଷର ବହୁତ କ୍ଷତି ହୋଇଥାଏ । ଏମିତି କିଛି ଲୋକେ ଅଛନ୍ତି ଯେଉଁମାନେ ଦିନକୁ ୧୦ ଘଣ୍ଟା ବସିକି ରହୁଛନ୍ତି । ଜାଣନ୍ତୁ ଆପଣଙ୍କୁ କ’ଣ କରିବା ଉଚିତ୍ ଯାହା ଦ୍ବାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

ଆପଣ ଖାଲିରେ ବସି ନ ରହି ଘରର କିଛି କାମ କରିବା ଉଚିତ୍ । ଯଦି ବଗିଚା ଅଛି ତେବେ ସେଥିରେ ସମୟ ଦିଅନ୍ତୁ । ସବୁଦିନ ସକାଳୁ ୱାକ୍ ଯିବା ନିହାତି ଆବଶ୍ୟକ । ଏହା କରିବା ଦ୍ବାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଅନେକ ରୋଗରୁ ଆରୋଗ୍ୟ ମିଳିବ ।

ଜାଣି ରଖନ୍ତୁ ବସି ରହିଲେ ଅନେକ ରୋଗରେ ମଧ୍ୟ ପୀଡିତ ହୋଇଥାନ୍ତି । ଦିନକୁ ଯଦି ଗୋଟିଏ ମଣିଷ ୧୦ ଘଣ୍ଟା ବସିକି ରୁହେ ସେମାନଙ୍କୁ ହାର୍ଟର ପ୍ରୋବ୍ଲେମ ବାହାରିଥାଏ । ବ୍ଳଡ ପ୍ରେସର ମଧ୍ୟ ହାଇ ହେବାକୁ ଲାଗେ ଏବଂ ଏହି ଲୋକମାନେ ସବୁବେଳେ ଡିପ୍ରେସନରେ ରହିଥାନ୍ତି । ଏଥିସହ ଓଜନ ମଧ୍ୟ ବଢ଼ିବାକୁ ଲାଗେ। ଆଣ୍ଠୁଗଣ୍ଠୀ ବିନ୍ଧିବା ଆରମ୍ଭ ହୁଏ, ଖାଦ୍ୟ ମଧ୍ୟ ଶୀଘ୍ର ହଜମ ହୁଏ ନାହିଁ,ଫଳରେ ଗ୍ୟାସ୍/ଏସିଡିଟି ଆଦି ଆରମ୍ଭ ହେବାକୁ ଲାଗେ । ।

ଯଦି ଆପଣ ନିଜକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି ତେବେ ସବୁଦିନ କିଛି ନା କିଛି ଶାରିରୀକ ପରିଶ୍ରମ କରନ୍ତୁ, ଯାହା ଦ୍ବାରା ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ।

Leave A Reply

Your email address will not be published.