Latest Odisha News

BREAKING NEWS

ପଶ୍ଚିମବଙ୍ଗରେ ନିୟନ୍ତ୍ରଣକୁ ଆସୁନି ହିଂସା : ୧୪୪ ଧାରା ଲାଗୁ

ଦିଲ୍ଲୀ: ପୈଗମ୍ବର ମହମ୍ମଦଙ୍କୁ ନେଇ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପରେ ଶନିବାରଠାରୁ ହିଂସା ଜାରି ରହିଛି । ହାଓଡାରେ ପ୍ରଦର୍ଶନକାରୀଙ୍କ ଦ୍ୱାରା ପଥର ମାଡ ସହ ବ୍ୟାପକ ପୋଡାଜଳା ହେବା ଘଟଣା ପରେ ଅଧିକାଂଶ ଇଲାକାରେ ୧୪୪ ଲାଗୁ ହୋଇଛି । ହାଓଡାରେ ପରିସ୍ଥିତି ନିୟନ୍ତ୍ରଣ କରାଯାଇପାରୁନଥିବାରୁ ରାଜ୍ୟ ସରକାର ନେଇଛନ୍ତି କଠୋର ପଦକ୍ଷେପ ।

ପୋଲିସ କମିଶନର ସି. ସୁଧାକରଙ୍କୁ ଦାୟିତ୍ୱରେ ହଟାଇ ପ୍ରବୀଣ ତ୍ରିପାଠୀଙ୍କୁ ହାଓଡାର ନୂଆ ପୋଲିସ କମିଶନର ଭାବେ ନିଯୁକ୍ତ କରାଯାଇଛି । ହାଓଡାରେ ଆଜି ମଧ୍ୟ ହିଂସାରେ ଏକାଧିକ ଲୋକ ଆହତ ହୋଇଛନ୍ତି । ଏପରି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଜୁନ୍ ୧୫ ତାରିଖ ଯାଏଁ ୧୪୪ ଧାରା ଜାରି ହୋଇଛି ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, କେତେକ ରାଜନୈତିକ ଦଳ ଦଙ୍ଗା ପାଇଁ ଲୋକଙ୍କୁ ଉସକାଉଛନ୍ତି । ହିଂସାକୁ ପ୍ରୋତ୍ସାହନ ନଦେବା ପାଇଁ ସେ ଚେତାବନୀ ଦେଇଛନ୍ତି । ହାଓଡା ଜିଲ୍ଲା ପାଞ୍ଚିଆରେ ନମାଜ ପାଠ ହେବା ପରଠାରୁ ଆରମ୍ଭ ହୋଇଥିବା ହିଂସା ଉଗ୍ର ରୂପ ନେଉଛି । ଉପଦ୍ରବକାରୀମାଦେ ପୋଲିସ ଉପରକୁ ପଥରମାଡ କରିଛନ୍ତି । ଦଙ୍ଗକାରୀଙ୍କୁ ଘଉଡାଇବାକୁ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ସହ ଏୟାର ଫାୟାରିଙ୍ଗ ମଧ୍ୟ କରିଛି । ରାଜ୍ୟର ବିଭିନ୍ନ ସହରରେ ଦଙ୍ଗକାରୀମାନେ ବୋମା ମାଡ କରିଥିବା ମଧ୍ୟ ଜଣାପଡିଛି । ଦଙ୍ଗକାରୀମାନେ ଲୋକଙ୍କୁ ଟାର୍ଗେଟ କରୁଥିବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ।
Leave A Reply

Your email address will not be published.