ମୟୂରଭଂଜ ଜିଲ୍ଲା ବାଇଗଣ ବାଡିଆ ନିକଟରେ ଯୁବକଙ୍କ ଉପରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ୬ଜଣଙ୍କୁ ଗିରଫ କରିଛି ପୋଲିସ । ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି । ଉତରାଂଚଳ ଡିଆଇଜିଙ୍କ ନିର୍ଦ୍ଦେଶରେ ମୟୂରଭଂଜ ପୋଲିସର ସ୍ୱତନ୍ତ୍ର ଦଳ ବିଭିନ୍ନ ସ୍ଥାନରେ ଚଢାଉ କରି ସିସିଟିଭି ଫୁଟେଜ ଯାଞ୍ଚ ହୋଇଥିଲା । ସାଇଣ୍ଟିଫ୍ଖଳ ରିପୋର୍ଟ ଓ ସିସିଟିଭି ପୁଟେଜକୁ ଲକ୍ଷ କରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗତ ୨୩ ତାରିଖରେ ଜଣେ ଯୁବକ ମଦ ଦୋକନାରୁ ୯ ଲକ୍ଷ ଟଙ୍କା ନେଇ ବାରିପଦା ଆସୁଥିଲେ । ଏହି ସମୟରେ କିଛି ଦୁବୃତ୍ତବାଇଗଣ ବାଡିଆ ନିକଟରେ ଟଙ୍କା ଲୁଟ କରିବାକୁ ଉଦ୍ୟମ କରିଥିଲେ । ଯୁବକ ଜଣଙ୍କ ଟଙ୍କା ନଦେବାରୁ ତାଙ୍କ ଉପରକୁ ଗୁଳି ଚଳାଇ ଟଙ୍କା ଲୁଟ କରିବାକୁ ଉଦ୍ୟମ କରିଥିଲେ । ଗୁଳିମାଡ ପରେ ଯୁବକ ଜଣଙ୍କ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏହି ଘଟଣାରେ ପୋଲିସ ସେମାନଙ୍କୁ ଗିରଫ କରିବା ପରେ ବନ୍ଧୁକ, ଅଫୁଟା ଗୁଳି, ମୋବାଇଲ ଓ ସିମକାର୍ଡ ଜବତ କରିଛି । ଅଭିଯୁକ୍ତମାନେ ଗଞ୍ଜାମ, ମୟୂରଭଞ୍ଜ ଏବଂ ବାଲେଶ୍ୱର ଅଞ୍ଚଳର ବୋଲି ଏସପି ସୂଚନା ଦେଇଛନ୍ତି ।
BREAKING NEWS
- ଚାଲାଣ ଥିଲେ ପଲ୍ୟୁସନ ସାର୍ଟିଫିକେଟ ନ ମିଳିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ବେଆଇନ;ବିଜୁ ଯୁବ ଛାତ୍ର ଜନତା ଦଳର ଆନ୍ଦୋଳନ ଡାକରା
- ଧୂରନ୍ଧର ଅକ୍ଷୟ ଖାଆନ୍ତି ନାହିଁ ଜଳଖିଆ
- ବେକରେ ବିରଳ ସାପ ଧରି ବୁଲୁଥିଲେ ଯୁବକ, ଖାଇଲେ ଚୋଟ
- ଜାନୁଆରୀ ୯ରୁ ଭୁବନେଶ୍ୱରରେ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ
- ବିଦେଶୀ ଶିକ୍ଷାର୍ଥୀଙ୍କୁ ଆକୃଷ୍ଟ କରିବାରେ କିଟ୍ ଦେଶର ୫ମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ
- Scbରେ ଅଘଟଣ; ସିଲିଂ ଖସି ରୋଗୀ ଆହତ
- paddy collection: କାଲିଠୁ ସ୍ବାଭାବିକ ହେବ ମଣ୍ଡିରୁ ଧାନ ଉଠାଣ; ସର୍ତ୍ତମୂଳକ ଭାବେ ଆନ୍ଦୋଳନରୁ ଓହରିଲା ମିଲର୍ସ ସଂଘ
- ମୋଦିଙ୍କ ସହ କଥା ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ; ଏସବୁ ବିଷୟରେ କଲେ ଚର୍ଚ୍ଚା…
- ଏହି ଦିନ ବିବାହ କରିବେ ଅର୍ଜୁନ ତେନ୍ଦୁଲକର
- Katrina Vicky First Baby Photo: ୨ ମାସ ପରେ, ପ୍ରଥମ ଫଟୋ ସହ ପୁଅର ନାଁ ରିଭିଲ୍ କଲେ ଭିକି ଏବଂ କ୍ୟାଟ୍ରିନା…
Comments are closed.