Latest Odisha News

BREAKING NEWS

ବିଳମ୍ବିତ ରାତିରେ ଜଳିଗଲା ୬ ବାଇକ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଏକା ସାଙ୍ଗରେ ଜଳିଗଲା ୬ ବାଇକ ।  ଜଳିଗଲା  ନା ଜାଳି ଦିଆଗଲା ଜଣାପଡିନି । କେମିତି ଜଳିଲା ବି ସ୍ପଷ୍ଟ ହୋଇନି । କମିଶନରେଟ ପୋଲିସ ଘଟଣା ଉପରେ ନଜର ରଖିଛି । ଏମିତି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଚନ୍ଦକା ଥାନା ଅଞ୍ଚଳର ଅନ୍ଧାରୁଆା ଗାଁରେ  ।

ଗତକାଲି ବିଳମ୍ବିତ ରାତିରେ ଘଟିଥିଲା ଘଟଣା । ସିମେଣ୍ଟ ବ୍ୟବସାୟୀ ପ୍ରଶାନ୍ତ ବଡଜେନାଙ୍କ ଘର ପୋର୍ଟିକୋରେ ଥିବା ୬ଟି ବାଇକ ଜଳି ଯାଇଥିଲା । ପରିବାର ଲୋକେ ତୁରନ୍ତ ୧୧୨କୁ ଫୋନ କରି ଜଣାଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚିବା ବେଳକୁ ସବୁ ବାଇକ ପୋଡି ଯାଇଥିଲା ।

କେହି ଜଣେ ବ୍ୟକ୍ତି ଆସି ବାଇକରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରୁଛନ୍ତି ପରିବାର ଲୋକେ । ଯାହା ବି ହେଉ, ପ୍ରଶାନ୍ତଙ୍କର ଗୋଟିଏ ଇ ବାଇକ ସମେତ ୨ଟି ହିରୋ ହୋଣ୍ଡା ଗ୍ଲାମର, ଗୋଟିଏ ହୋଣ୍ଡା ସାଇନ, ହିରୋ ପ୍ୟାସନ ପ୍ରୋ ଏବଂ ଗୋଟିଏ ହିରୋ ପ୍ଲେଜର ଗାଡି ଜଳି ଯାଇଛି ।

କମିଶନରେଟ ପୋଲିସ ଘଟଣାର ତଦନ୍ତ କରୁଛି । ପାରିବାରିକ କିମ୍ବା ବ୍ୟାବସାୟିକ ଶତ୍ରୁତାରୁ ଗାଡି ଜଳିଗଲା ନା ଇ ବାଇକ ଜଳି ଯିବାରୁ ଏହି ନିଆଁ ବ୍ୟାପି ଅନ୍ୟ ବାଇକକୁ ଜାଳିଦେଲା ତାହାକୁ ନେଇ ପୋଲିସ ତଦନ୍ତ କରୁଛି  । ତେବେ ଇ ବାଇକରୁ ନିଆଁ ଲାଗିବା କଥାକୁ ଅସ୍ୱୀକାର କରିଛନ୍ତି ପରିବାର ଲାେକେ । କାରଣ ଇବାଇକ ବ୍ୟାଟେରୀରେ ଚାର୍ଜ ନ ଥିଲା ଏବଂ ବ୍ୟାଟେରି ଫୁଟିବା ନେଇ କୌଣସି ଶବ୍ଦ ହୋଇ  ନଥିବା କିମ୍ବା ପୋଡା ଗନ୍ଧ ବାହାରି ନ ଥିବା  କହିଛନ୍ତି ପରିବାର ଲାେକେ ।

 

Comments are closed.