Latest Odisha News

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ଯାତ୍ରୀ ମୃତ

ପ୍ରୟାଗରାଜ: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଚାଲିଗଲା ୬ ଯାତ୍ରୀଙ୍କ ଜୀବନ । ମଧ୍ୟପ୍ରଦେଶ ମୈହର ଜିଲ୍ଲାରେ ଏକ ବସ ଓ ଡମ୍ପର ପରସ୍ପର ସହ ଧକ୍କା ହେବାରୁ ୬ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ସେହିପରି ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ପୋଲିସର କହିବା ଅନୁସାରେ, ବସଟି ପ୍ରୟାଗରାଜରୁ ନାଗପୁର ଅଭିମୁଖେ ଯାଉଥିଲା । ଗତକାଲି ବିଳମ୍ବିତ ରାତ୍ରୀରେ ଜିଲ୍ଲା ମୁଖ୍ୟାଳୟଠାରୁ ୨୫ କିମି ଦୁର ନାଦନ ଦେହାତ ଥାନା ନିକଟରେ ଏକ ପଥର ବୋଝେଇ ଡମ୍ପର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଘଟଣାସ୍ଥଳରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ମୈହର ଏବଂ ଅମରପାଟନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଆହତ ମାନଙ୍କ ମଧ୍ୟରୁ ୬ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ସତନା ସ୍ଥାନାନ୍ତର କରାଯାଇଛି । ସେପଟେ ପୋଲିସ ଗାଡିକୁ ଜବତ କାରିବା ସହ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.