Latest Odisha News

ଛତ୍ରପୁରରେ ଲହଡ଼ି ମାଡ଼ରେ ଭାଙ୍ଗିଗଲା ୬ ଘର

ବ୍ରହ୍ମପୁର: ସମୁଦ୍ରରେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ପୋଡ଼ମପେଟା ଗାଁ ମିଶୁଥିବା ବେଳେ ଆଜି ପୁଣିଥରେ ସମୁଦ୍ରର ଉଚ୍ଚ ଲହଡିରେ ୬ରୁ ଉର୍ଦ୍ଧ୍ୱ ଘର ଧୋଇ ହେଇଯାଇଛି । ସମ୍ପୂର୍ଣ୍ଣ ଘର ଗୁଡିକ ଭୁଶୁଡ଼ି ପଡିଥିବା ବେଳେ ଆଉ ମାତ୍ର ଗୋଟିଏ ସାହି କୂଳ ଲଙ୍ଘିବା ପାଇଁ ବାକି ଅଛି ।

ଗ୍ରାମର ପ୍ରାୟତଃ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସ୍ଥାନନ୍ତର କରାଯାଇଥିବା ବେଳେ କିଛି ପରିବାର ଏହି ପୋଡ଼ମପେଟାରେ ରହୁଛନ୍ତି । ତେବେ ସମୁଦ୍ରର ଏପରି କରାଳ ରୂପରେ ଗୋଟିଏ ପରେ ଗୋଟିଏ ଘର ଲୀନ ହେବାର ଦେଖି ସେମାନେ କୋକୁଆ ଭୟରେ ରହିଛନ୍ତି।

ନିକଟରେ ଥିବା କଣ୍ଟିଆଗଡ଼ ଗ୍ରାମବାସୀଙ୍କ ଚିନ୍ତା ବଢିଛି ଏମତି ଯଦି କୂଳ ଲଂଘେ ପୋଡ଼ମପେଟା ସହ କଣ୍ଟିଆଗଡ଼ ଏବଂ ଆଖପାଖ ଅନେକ ଗାଁ ସମୁଦ୍ର ଭିତରେ ଲୀନ ହୋଇଯିବ । ଏଣୁ ପ୍ରଶାସନ ଏ ପ୍ରତି ଦୃଷ୍ଟି ନେଇ କିଛି ପଦକ୍ଷେପ ନେଉ ବୋଲି ଦାବୀ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

Comments are closed.