ଦୁବାଇ: ଏସିଆ କପ ୨୦୨୫ର ଟାଇଟଲ ଭାରତ ହାସଲ କରିଛି । ଭାରତୀୟ କ୍ରିକେଟ ଟିମ ପାକିସ୍ତାନକୁ ହରାଇ ୯ମ ଥର ପାଇଁ ଚାମ୍ପିୟନ ହୋଇଛି । ଇତି ମଧ୍ୟରେ ଏସିଆ କପରେ ପ୍ରଦର୍ଶନକୁ ନେଇ ଶ୍ରେଷ୍ଠ ଏକାଦଶ ବଛାଯାଇଛି । ବ୍ୟକ୍ତିଗତ ଭାବେ ଭଲ ପ୍ରଦର୍ଶନ କରି ନ ଥିଲେ ମଧ୍ୟ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱ ଭାରତକୁ ବିଜୟୀ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକରା ଗ୍ରହଣ କରିଥିଲା । ତାଙ୍କୁ ଏହି ଟିମର ନେତୃତ୍ୱ ଭାର ପ୍ରଦାନ କରାଯାଇଛି । ଭାରତର ସର୍ବାଧିକ ୬ଜଣ ଖେଳାଳି ସ୍ଥାନ ପାଇଥିବା ବେଳେ ପାକିସ୍ତାନ ଜଣଙ୍କୁ ମିଳିଛି ସୁଯୋଗ ।
ଅଭିଷକ ଶର୍ମାଙ୍କ ସହ ଶ୍ରୀଲଙ୍କାର ପଥୁନ ନିଶଙ୍କ ଓପନିଂ କରିବେ । ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ ତିଳକ ବର୍ମା ଓ ଶିବମ ଦୁବେ ମିଡିଲ ଅର୍ଡର ସମ୍ଭାଳିବେ । ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ଏବଂ ଭାରତର କୂଲଦୀପ ଯାଦବ ସ୍ପିନ ବିଭାଗ ଦାୟିତ୍ୱ ତୁଲାଇବେ । ପାକିସ୍ତାନର ଶାହୀନ ଶାହ ଆଫ୍ରିଦୀ, ବାଂଲାଦେଶର ମୁସ୍ତାଫିଜୁର ରହେମାନ ଓ ୟୁଏଇର ଜୁନୈଦ ସିଦ୍ଦିକ ପେସ ବୋଲର ଭାବେ ଦଳରେ ସାମିଲ ହେବେ ।
Comments are closed.