Latest Odisha News

BREAKING NEWS

ଜିଏମ୍ ପ୍ଲାଣ୍ଟରେ ବିସ୍ଫୋରଣ ଘଟି ଛଅ ଶ୍ରମିକ ଆହତ

ଢେଙ୍କାନାଳ: ପରଜଙ୍ଗ ଥାନା ଅନ୍ତର୍ଗତ କୁଲେଇ ଠାରେ ଥିବା ଜିଏମ୍ ଆଇରନ ପ୍ଲାଣ୍ଟର ଫର୍ଣ୍ଣେସରେ ବିସ୍ଫୋରଣ ଘଟି 6 ଜଣ ଶ୍ରମିକ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଫର୍ଣ୍ଣେସ୍ ତିନି ନମ୍ବର ପ୍ଲାଣ୍ଟରେ ଶ୍ରମିକମାନେ ଡ୍ୟୁଟି କରୁଥିବା ବେଳେ କୌଣସି ଅଜଣା କାରଣରୁ ଫର୍ଣ୍ଣେସ୍ ଫାଟି ଯାଇଥିଲା। ବିସ୍ଫୋରଣ ପରେ ଆହତମାନଙ୍କୁ ଚିକିତ୍ସା ପାଇଁ ଅନୁଗୁଳର ବଅଁରପାଳସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବିସ୍ଫୋରଣ ପରେ ପ୍ଲାଣ୍ଟ କର୍ତ୍ତୃପକ୍ଷ ପ୍ଲାଣ୍ଟରେ ତାଲା ପକାଇ ଦେଇଥିଲେ ଏବଂ ଏ ସମ୍ପର୍କରେ ମନ୍ତବ୍ୟ ପାଇଁ ସେମାନଙ୍କ ସହ କୌଣସି ଯୋଗାଯୋଗ ହୋଇପାରିନଥିଲା। ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.