Latest Odisha News

BREAKING NEWS

ପୁଣି ମାତିଲେ ଲୁଟେରା: ବନ୍ଧୁକ ମୁନରେ ଲୁଟିନେଲେ ସୁନା ଚେନ୍

କଟକ: ମାଡ଼ମାରି ଫାଙ୍କା ଗୁଳି ଚଳାଇ ଲୁଟିନେଲେ ସୁନା ଚେନ୍‌ । ନରାଜ-ବିଦ୍ୟାଧରପୁର ପାହାଡ଼ ନିକଟରେ ଆତଙ୍କ ଖେଳାଇଲେ ଲୁଟେରା । ଏକ ଦମ୍ପତ୍ତିଙ୍କ ଠାରୁ ବନ୍ଧୁକ ଦେଖାଇ ସୁନା ଚେନ୍ ନେଇଗଲେ ୬ ଦୁର୍ବୃତ୍ତ । ଏନେଇ ବାରଙ୍ଗ ଥାନାରେ ଅଭିଯୋଗ କରିଛନ୍ତି ଉକ୍ତ ଦମ୍ପତ୍ତି ।

ସୂଚନା ଅନୁସାରେ, ଗତକାଲି ରାତିରେ ସ୍କୁଟିରେ ଜଣେ ଯୁବକ-ଯୁବତୀ ଯାଉଥିବା ବେଳେ ତାଙ୍କୁ ସାଇଡ ମାରି ଅଟକାଇ ଥିଲେ ୬ଜଣ ଦୁର୍ବୃତ୍ତ । ପ୍ରଥମେ ବନ୍ଧୁକ ଦେଖାଇ ତାଙ୍କୁ ଟଙ୍କା ମାଗିଥିଲେ । କିନ୍ତୁ ସେମାନେ ଟଙ୍କା ନଥିବାରୁ ବେକରେ ଥିବା ସୁନା ଚେନ୍କୁ ଭିଡି ନେଇଯାଇଥିଲେ ଦୁର୍ବୃତ୍ତମାନେ । ତେବେ ବିଚ୍‌ ରାସ୍ତାରେ ଏଭଳି ଘଟଣାଦେଖି କିଛି ଟ୍ରକ ଡ୍ରାଇଭର ଅଟକିଥିଲେ । ସେମାନଙ୍କୁ ରକ୍ଷା କରିବାକୁ ପ୍ରୟାସ କରିବା ବେଳେ ଦୁର୍ବୃତ୍ତ ୨ ରାଉଣ୍ଡ ଫାଙ୍କା ଗୁଳି ଫୁଟାଇ ସମସ୍ତଙ୍କୁ ଭୟଭୀତ କରିଥିଲେ । ଶେଷରେ ଏନେଇ ଥାନାର ଦ୍ଵାରସ୍ତ ହୋଇଛନ୍ତି ଉକ୍ତ ଦମ୍ପତ୍ତି । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

 

Comments are closed.