Latest Odisha News

BREAKING NEWS

ଆଉ ୬ଟି ଗେଟ୍‌ ଖୋଲିଲା ହୀରାକୁଦ ; ବିପଦ ସଙ୍କେତ ଉପରେ ବଢୁଛି ରାଜ୍ୟର ୫ ନଦୀ

ସମ୍ବଲପୁର: ଆଉ ୬ଟି ଗେଟ୍‌ ଖୋଲିଲା ହୀରାକୁଦ। ମହାନାଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ପରେ ବୁଧବାର ଦିନ ହିରାକୁଦ ଡ୍ୟାମର କର୍ତ୍ତୃପକ୍ଷ ଆଉ ୬ ଟି ଗେଟ୍ ଖୋଲିଛନ୍ତି।

ହୀରାକୁଦ ଡ୍ୟାମର ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ଯେ ସକାଳ ୯ ଟାରେ ଡ୍ୟାମର ଜଳ ସ୍ତର ୬୩୦ ଫୁଟର ସମ୍ପୂର୍ଣ୍ଣ ଜଳଭଣ୍ଡାର ସ୍ତର ତୁଳନାରେ ୬୨୮.୧୦ ଫୁଟ ଥିବାବେଳେ ବନ୍ୟା ଜଳର ପ୍ରବାହ ଯଥାକ୍ରମେ ୨,୬୮,୦୮୧ କ୍ୟୁସେକ୍ ଏବଂ ୧,୨୬ ୫୫୧ କ୍ୟୁସେକ୍ ଅଟେ।

ବନ୍ୟା ଜଳ ନିଷ୍କାସନ ପାଇଁ ଏପର୍ଯ୍ୟନ୍ତ ସମୁଦାୟ ୧୨ ଟି ଗେଟ୍‌ ଖୋଲାଯାଇଛି।

ରାଜ୍ୟ ଜରୁରୀକାଳୀନ ଅପରେସନ୍ ସେଣ୍ଟର (ଇଓସି) ଅନୁଯାୟୀ ମହାନଦୀ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଏହାସହିତ ନିକଟରେ ନରାଜ, ଦେବୀ, ଇବ, ବ୍ରାହ୍ମଣୀ ଏବଂ ଏବଂ ସୁବର୍ଣ୍ଣରେଖା ନଦୀର ଜଳସ୍ତର ମଧ୍ୟ ବିପଦ ସଙ୍କେତ ଉପରେ ରହିଛି।

ଅନ୍ୟପକ୍ଷରେ, ଜଳକା ନଦୀର ଜଳସ୍ତର ମଧ୍ୟ ୬.୫୪ ମିଟରକୁ ବୃଦ୍ଧି ପାଇଛି।

Leave A Reply

Your email address will not be published.