Latest Odisha News

BREAKING NEWS

ପଜିଟିଭ ଚିହ୍ନଟ ହେଲେ ସ୍ମାର୍ଟ ଫୋନ କମ୍ପାନୀ ‘ଓପୋ’ର ୬ କର୍ମଚାରୀ

ନୂଆଦିଲ୍ଲୀ: ଦିଲ୍ଲୀର ଗ୍ରେଟର ନୋଏଡା ସ୍ଥିତ ସ୍ମାର୍ଟ ଫୋନ ନିର୍ମାତା କମ୍ପାନୀ ଓପୋ କାରଖାନାରେ ୬ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିପାଇଁ କମ୍ପାନୀକୁ ବନ୍ଦ କରାଯାଇଥିବା ସକମ୍ପାନୀ ପକ୍ଷରୁ କୁହାଯାଇଛି ।

ଓପୋ ପକ୍ଷରୁ କୁହାଯାଇଛି ଯେ, “ଏକ ସଂଗଠନ ଭାବରେ ଆମର ସମସ୍ତ କର୍ମଚାରୀ ଏବଂ ନାଗରିକଙ୍କ ସୁରକ୍ଷାକୁ ଆଗରେ ରଖି ଆମେ ନୋଏଡାରେ ଆମର ଉତ୍ପାଦନକୁ ସ୍ଥଗିତ ରଖିଛୁ । ଏହାସହ ୩୦୦୦ରୁ ଉର୍ଦ୍ଧ୍ବ କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଇଛୁ। ଯାହାର ରିପୋର୍ଟ ଏଯାଏଁ ଆସି ନାହିଁ ।

ଏନଡିଟିଭିରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶନାମା ପରେ ଓପୋ ଚଳିତ ମାସ ଆରମ୍ଭରୁ କାର୍ଯ୍ୟ ଆରମ୍ଭ କରିଥିଲା।

Leave A Reply

Your email address will not be published.