ନୂଆଦିଲ୍ଲୀ: ମଶା ମରା କଏଲ ନେଇଗଲା ଗୋଟିଏ ପରିବାରର ୬ ଜୀବନ । ଏମିତି ଛାତିଥରା ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀର ଶାସ୍ତ୍ରୀ ପାର୍କ ଇଲାକାରେ। ପରିବାରର ସଦସ୍ୟ ଗୋଟିଏ ଘରେ ମଶାମରା କଏଲ ଲଗାଇ ଶୋଇ ପଡିଥିଲେ । କଏଲରୁ ନିଆଁ ଲାଗି ୨ ଜଣ ସଦସ୍ୟ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । ଅନ୍ୟ ୪ ଜଣଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି । ଅନ୍ୟ ୨ ଜଣ ସଦସ୍ୟଙ୍କର ଅବସ୍ଥା ଗୁରୁତର ଅଛି । ସେମାନଙ୍କୁ ପ୍ରବେଶଚନ୍ଦ୍ର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ପୋଲିସ ଅଧିକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସକାଳ ପାଖାପାଖି ୯ଟା ସମୟରେ ଏହି ଘଟଣା ସମ୍ପର୍କରେ ପୋଲିସ ପାଖକୁ ଏକ ପିସିଆର କଲ ଆସିଥିଲା । ମଶାମରା କଏଲରେ ଡିଡିଟି, ଅନ୍ୟ କାର୍ବନ ଫସଫରସ ଏବଂ ବିଷାକ୍ତ ଜିନିଷ ରହିଛି । ରାତିରେ ଏହି କଏଲ ଲଗାଇବା ଦ୍ୱାରା ରାତିରେ ଗ୍ୟାସ ବାହାରକୁ ଯାଇ ପାରି ନ ଥିଲା । ଏହାବ୍ୟତୀତ କଏଲରୁ ନିଆଁ ଲାଗି ତକିଆରେ ଲାଗି ଯାଇଥିଲା । ଫଳରେ ନିଆଁ ଓ ଧୂଆଁ ଯୋଗୁ ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା ।
Comments are closed.