Latest Odisha News

BREAKING NEWS

ଅନୁଗୁଳରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ଅନୁଗୁଳ: ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରେ ଚିହ୍ନଟ ୧୦ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ସଂଖ୍ୟା ୧୦୬ କୁ ବୃଦ୍ଧି ପାଇଛି।

ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ବଅଁରପାଳ ବ୍ଲକର ଶିଳ୍ପାଞ୍ଚଳରୁ ୬ ଜଣ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୫୮, ୩୬, ୫୫, ୫୯, ଏବଂ ୫୫ ବର୍ଷ ବୟସ୍କ ପାଞ୍ଚ ଜଣ ପୁରୁଷ ଏବଂ ୫୫ ବର୍ଷ ବୟସ୍କା ମହିଳା ରହିଛନ୍ତି।

ସେହିପରି କିଶୋରନଗର ବ୍ଲକରେ ଥିବା ଏକ ଅସ୍ଥାୟୀ ମେଡିକାଲ କ୍ୟାମ୍ପ (ଟିଏମସି) ରେ ଦୁଇଜଣ ପୁରୁଷ (୨୫ ଏବଂ ୪୪ ବର୍ଷ) ପଜିଟିଭ୍ ଏବଂ ସ୍ଥାନୀୟ ଅଞ୍ଚଳର ଜଣେ ଆକ୍ରାନ୍ତ ୩୬ ବର୍ଷୀୟ ପୁରୁଷ ବ୍ୟକ୍ତି ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଏଠାରେ କରୋନା ସଂକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୮ ଟି ସକ୍ରିୟ ମାମଲା ରହିଛି।ଏହାବ୍ୟତିତ ୫୭ ଜଣ ଆରୋଗ୍ୟ ଲାଭ କରିଛନ୍ତି।

Leave A Reply

Your email address will not be published.